ୱର୍ଲିରୁ ନାମାଙ୍କନପତ୍ର ଦାଖଲ କଲେ ଆଦିତ୍ୟ ଠାକରେ

0
829

ମୁମ୍ବାଇ: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପରିବାର ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦଳ ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ଆଦିତ୍ୟ ଗୁରୁବାର ୱର୍ଲି ବିଧାନସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି, ଯାହା ତାଙ୍କ ପରିବାର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ନାମାଙ୍କନ ଦାଖଲ ପୂର୍ବରୁ ଆଦିତ୍ୟ ରୋଡ୍ ଶୋ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଶିବସେନା କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ପୂରା ଜୋଶ୍ରେ ଦେଖିବାକୁ ମିଳିଛି। ରୋଡ୍ ଶୋ ସମୟରେ ବିଭିନ୍ନ ସ୍ଥାନରେ ଫୁଲ ପକାଇ ଆଦିତ୍ୟଙ୍କୁ ସ୍ବାଗତ କରାଯାଇଛି। ଉଦ୍ଧବ କହିଛନ୍ତି, ଲୋକଙ୍କ ସେବା କରିବା ଆମ ପରିବାରର ପରମ୍ପରା। ନୂଆ ପିଢ଼ି ନୂଆ ଚିନ୍ତାଧାରା ସହିତ ଆସୁଛି ଏବଂ ମୁଁ ଲୋକଙ୍କ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।

LEAVE A REPLY

Please enter your comment!
Please enter your name here