ପୁଣି ଥରେ…!! *********

0
839

ଆଜି ପୁଣି ଥରେ ତୁମେ
ହୃଦୟ କୁ ଭାଙ୍ଗିବାରେ
ସକ୍ଷମ ହୋଇଗଲ….
ଏମିତି ବାରମ୍ବାର
କାହିଁକି କର ?
ଶୁଣିଛି ହୃଦୟ ଟା ବହୁତ
ସୁକ୍ଷ୍ମ ଆଉ କୋମଳ ବି
କିନ୍ତୁ ଜାଣେନି ଏତେ
ବଡ଼ ବଡ଼ ଝଡ଼
ବିତିଗଲା ପରେ ବି
ସେ ଦୁକ୍ ଡୁକ୍ କରେ କେମିତି ?
ବୋଧ ହୁଏ ହୃଦୟ ଟା
ପଥର ପାଲଟି ଗଲାଣି ….
ଆଛା କହିଲ ତୁମେ କଣ
ହୃଦୟ ହୀନ କି ?
ଯଦି ନୁହେଁ ତେବେ ଏତେ
ନିଷ୍ଠୁର କାହିଁକି ?
ବୁଝିଗଲି ତୁମର
ନିଷ୍ଠୁର ହୃଦୟ ନିଶ୍ଚୟ …
ତା ନୁହେଁ ତ ଆଉ କଣ ?
ଆରେ ତୁମେ ଯଦି ଚାହିଁବ
ମୁଁ ତ ମୋ ହୃଦୟ କାଢି
ତୁମ ପାଦ ତଳେ
ସମର୍ପି ଦେବି
ବାରମ୍ବାର ଆଘାତ କରିବା
କଣ ଦରକାର ଯେ …
ଏମିତି ଭଙ୍ଗା ହୃଦୟ ନେଇ
ବଞ୍ଚିବା ଅପେକ୍ଷା
ଶୂନ୍ୟ ହୃଦୟ ହୋଇ ମରିବା
ଶତ ଗୁଣେ ଭଲ ….
*******

ବନ୍ଦନା ନାୟକ
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here