ତାଇଓ୍ଵାନ: ସମୁଦ୍ର ଉପରେ ନିର୍ମିତ ପୋଲ ଭୁଶୁଡିଲା

0
782

ତାଇଓ୍ଵାନ : ତାଇଓ୍ଵାନରେ ଆଜି ସମୁଦ୍ର ଉପରେ ଥିବା ଏକ ପୋଲ ଭାଙ୍ଗିପଡିବାରୁ ଅତି କମରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । କେତେକ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ସେମାନେ ପ୍ରାଣ ହରାଇଥିବା ସଂଦେହ କରାଯାଉଛି । ପୂର୍ବ ତାଇଓ୍ଵାନର ଉପକୂଳରେ ଥିବା ଏକ ବ୍ୟସ୍ତବହୁଳ ଅଞ୍ଚଳ ନାନଫାନଗାଓରେ ସମୁଦ୍ର ଉପରେ ପ୍ରାୟ ୪୬୦ ଫୁଟ ଲମ୍ବ ଏକ ପୋଲ ଆଜି ସକାଳ ୯ଟା ୩୦ ମିନିଟରେ ଭାଙ୍ଗିପଡିବାରୁ ତା ଉପର ଦେଇ ଯାଉଥିବା ଏକ ତେଲଭର୍ତ୍ତି ଟ୍ୟାଙ୍କର ତଳେ ସମୁଦ୍ରରେ ଯାଉଥିବା ଏକ ବୋଟ ଉପରେ ଖସିପଡିଥିଲା ।ଏହା ଫଳରେ ବୋଟରେ ଥିବା ଯାତ୍ରୀମାନେ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ତାଇଓ୍ଵାନ ବାୟୁସେନାର ଏକ ହେଲିକପ୍ଟର ଓ ୬୦ ଜଣ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଜି ପୋଲଟି ଭାଙ୍ଗିବାବେଳକୁ ପାଗ ଭଲ ଥିଲା । କିନ୍ତୁ କିଛି ଦିନତଳେ ତାଇଓ୍ଵାନରେ ଆସିଥିବା ଏକ ସାମୁଦ୍ରିକ ଝଡ଼ (ଟାଇଫୁନ) ଯୋଗୁଁ ଏହା ଦୁର୍ବଳ ହୋଇଥିବା ସଂଦେହ କରାଯାଉଛି

LEAVE A REPLY

Please enter your comment!
Please enter your name here