ଆଜିବି ତୁମେ… ——————–

0
820

ଶୀତ, ଆଜିବି ତୁମେ ଲାଜକୁଳୀ ଲତାଟିଏ
ଶୀତ, ଆଜିବି ତୁମେ ପ୍ରେମିକ ମନର ବେପଥୁ ଗୀତଟିଏ ।
ଶୀତ, ଆଜିବି ତୁମେ ଅନୁଢ଼ା କଳିଟିଏ
ଶୀତ, ଆଜିବି ତୁମେ ପ୍ରେମିକାର ଅମାନିଆ ଅଳିଟିଏ ।
ଶୀତ, ଆଜିବି ତୁମେ ଆସ
ସନ୍ଧ୍ୟାର ଆଗମନେ ପାଦ ଥାପି ଥାପି,
ଫେରିଯାଅ ପୁଣି ସୂର୍ଯ୍ୟର
କଅଁଳ ଚୁମ୍ବନରେ ପାଦ ଚାପି ଚାପି ।
ଶୀତ, ଆଜିବି ତୁମ ସ୍ପର୍ଶରେ
ନିଆଁ ଲାଗେ ଦେହ ଓ ମନରେ,
ଶୀତ, ଆଜିବି ତୁମେ ଝଡ଼ ସୃଷ୍ଟି କର
ସ୍ମୃତିର ସ୍ଥିର ବନାନୀରେ ।
ଶୀତ, ଆଜିବି ତୁମ କଳ୍ପନା
କରେ ମୋତେ ଆନମନା,
ଭରିଦିଏ ମନେ ମୋର ସାଥୀର କାମନା…
ତଥାପି ମୋ ପ୍ରତୀକ୍ଷା କେବଳ ତୁମପାଇଁ
ପୁଣି ଥରେ ଫେରିବାକୁ
ମୋ ପ୍ରତୀକ୍ଷିତ ଶୀତର ରାତିକୁ….
**************

କାର୍ତ୍ତିକ ପାଣିଗ୍ରାହୀ
ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here