ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ

0
143

କଳାହାଣ୍ଡି: ସ୍ଥାନୀୟ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନର୍ଲା ଶ୍ରୀ ଭୁପିନ୍ଦର ସିଂ ଯୋଗଦେଇ ଥିଲେ । ସଭା ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ଵେଶର ସାହୁ ଏହି ଦିବସର ମହତ୍ତ୍ଵ ତଥା କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଉପରେ ଆଲୋକପାତ କରିଥିଲେ । ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ମନୋଜ ସାହୁ , ଭବାନୀପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷ , ଉଦ୍ୟାନ ଉପ ନିର୍ଦେଶକ କିଶୋର ମହାଲିଂ,କୃଷି ବିଜ୍ଞାନ କେନ୍ଦ୍ରର ତଥା ଆଞ୍ଚଳିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଗଣ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କୃଷି ବିଭାଗ ତରଫରୁ ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତା ରେ ସଫଳ ହୋଇଥିବା ଗଣନାଥପୁର ଉନ୍ନୀତ ସରକାରୀ ହାଇସ୍କୁଲ ର ୬ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଟ୍ରଫି ଓ ମାନ୍ୟପତ୍ର ପ୍ରଦାନ କରାଯାଇଥିଲା । ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପରିସରରେ ଇଫକୋ , କରମଣ୍ଡଳ ଓ ପାରାଦୀପ ଫସଫେଟ ଲିମିଟେଡ ସାରା କମ୍ପାନୀ ତରଫରୁ ଷ୍ଟଲ ର ବ୍ୟବସ୍ଥା କରାଯାଇଥିଲା । ଏହି ସଭାରେ ଭବାନୀପାଟଣା ବ୍ଲକ କୃଷି ଅଧିକାରୀ , କୃଷି କର୍ମଚାରୀ ମାନେ ସାହାଯ୍ୟ ସହଯୋଗ ପ୍ରଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here