ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ତ୍ବରାନ୍ବୀତ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ବ

0
148

ଛତ୍ରପୁର: ଆସନ୍ତା ୨୦୨୪ ରେ ଏକକାଲୀନ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଅତ୍ଯନ୍ତ ଜରୁରୀ । ଏହାକୁ ଗୁରୁତ୍ବର ସହିତ ବିଚାର କରି ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ଯେପରି ସଠିକ୍ ରହିବ ସେଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି । ଏ ସଂକ୍ରାନ୍ତରେ ଶନିବାର ଆଭାସୀ ବୈଠକ ମାଧ୍ଯମରେ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଜିଲ୍ଲାର ସମସ୍ତ ନିର୍ବାଚନମ ଅଧିକାରୀ ମାନଙ୍କୁ ଜଣାଇ ତ୍ରୁଟିଶୂନ୍ୟ ଭୋଟର ତାଲିକା ଯେପରି ପ୍ରକାଶ ପାଇବ ସେଥିପ୍ରତି ସମସ୍ତେ ଗୁରୁତ୍ବ ଦେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତୁହାକୁ ତୁହା ସଂଶୋଧନ ପ୍ରକ୍ରିୟାର ସମୀକ୍ଷା କରାଯାଉଛି । ଭୋଟର ତାଲିକାରେ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜିକରଣ, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ତାଲିକାରେ ଥିବା ତଥ୍ୟ ଗୁଡିକର ସଂଶୋଧନ ଇତ୍ଯାଦି କାର୍ଯ୍ୟ ଶେଷ ସମୟକୁ ଅପେକ୍ଷା ନକରି ଶୀଘ୍ର ସାରିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାରେ ଅଧିକ ଜନ ସଂଖ୍ୟା ଏଣୁ ଜନ ବହୁଳ ଜିଲ୍ଲାଭାବେ ଗୁରୁତ୍ବ ଦେଇ ସଂଶୋଧନ ପ୍ରକ୍ରିୟା ପ୍ରତି ଯଥେଷ୍ଟ ଧ୍ଯାନ ଦେବାକୁ ଜିଲ୍ଲାପାଳ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ କହିଛନ୍ତି । ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଗଣଙ୍କ ଠାରୁ ପ୍ରମାଣ ପତ୍ର ସଂଗ୍ରହ କରାଯିବଯେ, ସେମାନଙ୍କ ମହା ବିଦ୍ୟାଳୟରେ କୌଣସି ଯୁବ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିନାହିଁ । ଜିଲ୍ଲାର ସମସ୍ତ ଭିନ୍ନକ୍ଷମଙ୍କ ନାମ ଯେମିତି ତାଲିକାରେ ଅନ୍ତର୍ଭୁକ୍ତ ରହିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଲୋକଙ୍କୁ ଜନ ସଚେତନତା କରିବା ନେଇ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା । ମୁଖ୍ୟସ୍ଥାନ ମାନଙ୍କରେ ପ୍ରଚାପତ୍ର ଲଗାଇବା ସଫେଇ ଯାନରେ ପ୍ରଚାର ଅଡିଓ ବଝାଇ ପ୍ରଚାର କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ପ୍ରଦାନମ କରାଯାଇଛି । ଆସନ୍ତା ତିନି ଚାରି ଦିନ ମଧ୍ଯରେ ଭୋଟର ତାଲିକାରୁ ନାମ ବାଦ୍ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି । ବୁଥ୍ ସ୍ତରୀୟ ଅଧିକାରୀଗଣ ସକାଳ ୭ ଘ ଠାରୁ ସଂଧ୍ଯା ୭ଘଣ୍ଟା ପର୍ଯ୍ଯନ୍ତ କାର୍ଯ୍ଯ କରିବେ ଏବଂ ଯଥାଶୀଘ୍ର ଏହି କାର୍ଯ୍ୟ ସଂପାଦନ କରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଆଉ ସ୍ବଳ୍ପ ସମୟ ରହିଛି ଏଣୁ ବିଳମ୍ବ ନ କରି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମେତ ସମସ୍ତ ନିର୍ବାଚନ ପରିଚାଳକ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here