ନାରୀ ଶିକ୍ଷା ଓ ଅନ୍ଧ ବିଶ୍ୱାସ ବିଷୟରେ ସଚେତନତା

0
138

ପୋଲସରା : ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ନାରୀ ଶିକ୍ଷା ଓ ଅନ୍ଧ ବିଶ୍ବାସ ଦୂରୀକରଣ ବିଷୟରେ ନଭେମ୍ବର ୩୦ ତାରିଖ ଦିନ କଲେଜ ପ୍ରିନ୍ସପାଲ ବନମାଳୀ ବେହେରାଙ୍କ ତତ୍ତ୍ୱାବଧାନରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଦ୍ଵାରା ମଧୁପଲ୍ଲୀ ଗ୍ରାମରେ ନାରୀ ଶିକ୍ଷା ଓ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧୁପଲ୍ଲୀରେ କାର୍ଯ୍ୟକ୍ରମକୁ ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା ଓ ସ୍ଥାନୀୟ ସରପଞ୍ଚ ବସନ୍ତ କରଣ ଉଦଘାଟନ କରିଥିଲେ। ଅପରାହ୍ନରେ ସୁନାରୀ ବୁଗୁଡା ଗ୍ରାମରେ ଅନ୍ଧ ବିଶ୍ବାସ ଦୂରୀକରଣ ନେଇ ଛାତ୍ରଛାତ୍ରୀ ବୃନ୍ଦ ଜନସଚେତନତା ସୃଷ୍ଟି କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି, ଯୁବ ରେଡକ୍ରସ ପରାମର୍ଶ ଦାତା ବିଶ୍ଵନାଥ ଚୌଧୁରୀ , ନୋଡାଲ ଅଫିସର ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ପ୍ରମୋଦ କୁମାର ରଥ ଓ ଅନିଲ କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତ୍ତୃତ୍ୱ ନେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here