ଗୋଷ୍ଠୀ ସମୂହ ହାତରେ ଏଚ.ଆ.ଭି/ଏ.ଡ଼.ସ ନିରାକରଣ ଦାୟିତ୍ୱ” ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗଂଜାମ ଜିଲ୍ଲା ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ

0
140

ଗଞ୍ଜାମ:ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଂଜାମ ତରଫରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱ ଏଡ୍’ସ ଦିବସ ପାଳିତ ହୋଇଯାଇଛି | ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର. ଜଗଦୀଶ ପଟ୍ଟନାୟକ ଉଦଘାଟନ କରିଥିଲେ | ଏ ବର୍ଷର ଶୀର୍ଷକ – ” ଗୋଷ୍ଠୀ ସମୂହ ର ସହଭାଗିତା” ବିଷୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପଟ୍ଟନାୟକ ଆଲୋକପାତ କରିଥିଲେ ଏଚ.ଆଇ.ଭି/ଏଡସର ନିରାକରଣ ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ | ଏଚ.ଆଇ.ଭି/ଏଡସର ନିରାକରଣ ଉଦ୍ଧେଶ୍ୟରେ ସଚେତନତା ସୃଷ୍ଟିପାଇଁ ହିଁ ୧ ଡିସେମ୍ବର କୁ ବିଶ୍ୱ ଏଡସ ଦିବସ ରୂପେ ସାରା ବିଶ୍ୱରେ ୧୯୮୮ ମସିହାରୁ ପାଳନ କରାଯାଉଅଛି | ଜିଲ୍ଲା ଏଡସ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଗଂଜାମ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଉଅଛି |
ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଥିବା ସମସ୍ତ କାରାଗାର, ଟ୍ରକ ସଂଘ, ସମ୍ବେଦନଶିଳ ଗୋଷ୍ଠୀ ମାନଙ୍କର ଏଚ. ଆଇ. ଭି ପରୀକ୍ଷ| କରାଯାଉଛି | ଏଚ. ଆଇ. ଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ ଏଚ.ଆଇ.ଭି ଅସୁରକ୍ଷିତ ଶିଶୁ ରୂପେ ଗଣାଯାଏ | ଶିଶୁଟି ଏଚ. ଆଇ. ଭି ଆକ୍ରାନ୍ତ କି ନୁହେଁ ଜାଣିବା ନିମନ୍ତେ ଶିଶୁ ପାଇଁ ଧାର୍ଯ୍ୟ ହୋଇଥିବା ପରବର୍ତୀ ପରୀକ୍ଷା ଗୁଡିକ ଆବଶ୍ୟକ ଇ.ଏମ.ଟି.ସି.ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏଚ.ଆଇ.ଭି ସଂକ୍ରମିତ ମା ଠାରୁ ଶିଶୁକୁ ସଂକ୍ରମଣରୁ କିପରି ରୋକାଯାଇପାରିବ ତାହା ପାଇଁ ବ୍ୟବସ୍ଥା କରାଯାଉଛି | ଏଚ.ଆଇ.ଭି ଓ ଟିବି ର ନୋଡାଲ ଅଫିସର ଡାକ୍ତର ଅବନୀ କୁମାର ପାତ୍ର ଏଚ. ଆଇ. ଭି ଓ ଟିବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ | ଏଚ. ଆଇ. ଭି ଥିଲେ ଟି ବି ହେବାର ୬୦% ଅଧିକ ସମ୍ଭାବନା ଥାଏ, ଏଣୁ ପ୍ରତେକ ଏଚ. ଆଇ. ଭି ବ୍ୟକ୍ତିମାନଙ୍କ ଯକ୍ଷ୍ମା ପରୀକ୍ଷ| କରାଇବା ଏବଂ ଯକ୍ଷ୍ମା ରୋଗୀମାନଙ୍କୁ ଉଭୟ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଚିକିତ୍ସା ର ଉପଲବ୍ଧି ସମ୍ପର୍କରେ କହିଥିଲେ |
ଶ୍ରୀ ହେମନ୍ତ କୁମାର ଦାଶ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏଡ଼ସ ସେଲ ଏଚ.ଆଇ.ଭି / ଏଡ଼ସରେ ଚାଲିଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ, ଏଚ.ଆଇ.ଭି ଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ବହୁ ମାତ୍ର ରେ ହ୍ରାସ ପାଇଛି ବୋଲି କହିଥିଲେ | ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଏଚ. ଆଇ. ଭି ଏଡସର ସଚେତନତା ବୃଦ୍ଧି କରିବା ପାଇଁ ପ୍ରତେକ ମହାବିଦ୍ୟାଳୟ ରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ | ଡା. ସନ୍ତୋଷ କୁମାର ପାଢ଼ୀ କହିଥିଲେ ଯେ, ଏଚ.ଆଇ.ଭି ବ୍ୟକ୍ତି ସହିତ ସାଧାରଣ ସ୍ପର୍ଶ, କରମର୍ଦନ ଦ୍ୱାରା, ଆଲିଙ୍ଗନ କରିବା ଦ୍ୱାରା, ଏକତ୍ର ଖାଇବା ସମୟରେ, ନିଶ୍ୱାସ ପ୍ରଶ୍ୱାସରେ, ମଶା କାମୁଡିବା ଦ୍ୱାରା ଏଚ.ଆଇ.ଭି ବ୍ୟାପିନଥାଏ, ଏଣୁ ଏଚ.ଆଇ.ଭି ଗ୍ରସ୍ଥ ବ୍ୟକ୍ତି ମାନଙ୍କୁ ଘୃଣା ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ | ଡା. ମନୋଜ କୁମାର ପଣ୍ଡା କହିଥିଲେ ଯୁବଗୋଷ୍ଠୀ ସଚେତନ ହେଲେ ସମାଜରୁ ଖୁବ ଶୀଘ୍ର ଏଚ.ଆଇ.ଭି ର ସଂକ୍ରମଣ ଶୂନ ହୋଇଯିବ | ଆଜିର ଏହି କର୍ମଶାଳାରେ ଏଚ. ଆଇ. ଭି ସଚେତନତା ଉଦେଶ୍ୟରେ ଉଲେଖନୀୟ କାର୍ଯ୍ୟପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯଥା ମନ୍ଦରାଜପୁର, ରଙ୍ଗେଈଲୁଣ୍ଡା ର ମୋନାଲିଶା ନନ୍ଦ ଓ ନାଇଁକାଣିପଲ୍ଲୀ, ଖଲ୍ଲିକୋଟ ର କଲ୍ୟାଣୀ ବାରିକଙ୍କୁ ଓ ସ୍ଵେଛା ସେବି ଅନୁଷ୍ଠାନ ଅରୁଣା ର କର୍ମକର୍ତ୍ତା ମାନଙ୍କୁ ପୁରସ୍କୃତ କରାଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଡି.ଏମ.ଆର.ସି.ଏଚ ଶ୍ରୀ ଶକ୍ତି କୁମାର ଡିଗାଲ, ଡି.ପି.ସି ଶ୍ରୀ ବିଦେଶୀ ଜେନା, ଡି.ପି.ପି.ଏମ.କୋ ଶ୍ରୀ ସୁଧୀର କୁମାର ବେହେରା, ଡି.ପି.ଏମ.ଡି.ଟି.କୋ ଶ୍ରୀ ସାଇ ପ୍ରସାଦ ଶୀରାପୁ, ରୋଟାରୀ କ୍ଳବ ବ୍ରହ୍ମପୁର ର ସଦ୍ୟସ ବୃନ୍ଦ, ଏଡସସେଲ ର ଶ୍ରୀ ସନ୍ତୋଷ କୁମାର ରାଜୁ ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here