ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍, ମିଡ଼ିଆ ଏକାଦଶ ବିଜୟୀ

0
151

ବ୍ରହ୍ମପୁର : ସ୍ଥାନୀୟ ସୁରଜ୍ ବିହାର ସ୍ଥିତ ଖେଳ ପଡିଆ ପରିସରରେ ଗଞ୍ଜାମ ମୁସଲିମ କଳଚୁରାଲ ଆସୋସିଏସନ ପକ୍ଷରୁ ଖାଜା ଷ୍ଟ୍ରିଟ ପ୍ରିମୀୟର ଲିଗ୍ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ମ୍ୟାଚ ଭାବେ ବ୍ରହ୍ମପୁର ମିଡ଼ିଆ ଏକାଦଶ ଓ ଗଞ୍ଜାମ ମୁସଲିମ କଳଚୁରାଲ ଆସୋସିଏସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମ୍ୟାଚ୍ କୁ ୪ ଗୋଟି ୱିକେଟ ବିନିମୟରେ ବିଜୟଲାଭ କରିଥିଲା ମିଡ଼ିଆ ଏକାଦଶ। ମିଡ଼ିଆ ଏକାଦଶ ର ଧୂଆଁଦାର ବେଟ୍ସମେନ୍ ଗୌରୀଶଙ୍କର ମିଶ୍ର (କାଳିଆ) ୩୪ ବଲ୍ ରେ ୫୧ ରନ କରି ମେନ୍ ଅଫ୍ ଦା ମେଚ୍ ର ମୁକୁଟ ପିନ୍ଧି ଥିଲେ। ଏହି ଅବସରରେ ପ୍ରଥମେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଏ ସନ୍ତୋଷ ପାତ୍ର, ସମ୍ମାନିତ ଅତିଥିଭାବେ ଡ ସୋମେଶ୍ୱର ରାଓ, ପି ଜେ ରବି, ସେକ୍ ଅକବର, ଏମ ଡି ରଫିକ ଯୋଗ ଦେଇ ପିତା କାଟି ମ୍ୟାଚ୍ ର ଉଦ୍ଘାଟନ କରିଥିଲେ। ଏହାପରେ ଜି ଏମ ସି ଏ ର ଅଧିନାୟକ ଫାଇଜ ଖାଁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାରୁ ସ୍ତିର କରିଥିଲେ। ପ୍ରଥମ ବ୍ୟାଟିଂ ରେ ଦଳ ୧୨ ଓଭରରେ ୩ ୱିକେଟ ହରାଇ ୧୨୨ ରନ ସଂଗ୍ରହ କରିଥିଲେ। ଉକ୍ତ ରନ କୁ ପିଛା କରି ମିଡ଼ିଆ ଏକାଦଶ ଅଧିନାୟକ ଗୋପାଳ ରେଡ୍ଡୀ ଙ୍କ ନେତୃତ୍ୱରେ ୧୧ ଓଭାରରେ ୪ ୱିକେଟ ବିନିମୟରେ ୧୨୬ ରନ ସଂଗ୍ରହ କରି ବିଜୟ ମୁକୁଟ ପିନ୍ଧିଥିଲା। ତେବେ ସର୍ବାଧିକ ୩୪ ବଲରେ ୫୧ ରନ ସଂଗ୍ରହ କରି ନଟ ଆଉଟ୍ ରହି ମିଡ଼ିଆ ଏକାଦଶ ର ଗୌରୀ ଶଙ୍କର ମିଶ୍ର ମେନ୍ ଅଫ୍ ଦି ମେଚ ମୁକୁଟ ପିନ୍ଧି ଥିଲେ। ସେହିପରି ଜି ଏମ ସି ଏ ର ଅଧିନାୟକ ୧୪ ବଲରେ ୧୪ ରନ, ଆନିସ ବେଗ ୨୫ ବଲରେ ୪୭, ସୁରେଶ ୭ ଟି ବଲରେ ୬, ସାକିର ୧୩ ବଲରେ ୨୩ ରନ, ତେଜେଶ୍ୱର୍ ସ୍ବାମୀ ୧୩ ବଲରେ ୨୦ ଓ ଖାଜା ମୁସ୍ତଫା ୩ ବଲରେ ୬ ରନ କରିଥିଲେ। ସେହିପରି ମିଡ଼ିଆ ଏକାଦଶ ର ପ୍ରଭଞ୍ଜନ ମିଶ୍ର ୨୦ ବଲରେ ୨୯ ରନ, ସାଗର ୫ ବଲରେ ୧୪ ରନ, ଗୌରୀ ଶଙ୍କର ମିଶ୍ର ୩୪ ବଲରେ ୫୧ ରନ, ସଞ୍ଜୟ ସୁବୁଦ୍ଧି ୫ ବଲରେ ୧୦ ରନ, ମନୋଜ କୁମାର ପଣ୍ଡା ୩ ବଲରେ ୧୪ ରନ ସଂଗ୍ରହ କରିଥିବା ବେଳେ ବାଲାଜୀ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ସେହିପରି ମିଡ଼ିଆ ଏକାଦଶ ର ଅଧିନାୟକ ୩ ଓଭର ରେ ୩୨ ରନ ଦେଇ ଗୋଟିଏ ୱିକେଟ, ମନୋଜ ପଣ୍ଡା ୩ ଓଭର ରେ ୧୬ ରନ ଦେଇ ୧ ୱିକେଟ, ଶେଖର ୩ ଓଭରରେ ୨୬ ରନ ଦେଇ ଗୋଟିଏ ୱିକେଟ ଓ ସଞ୍ଜୟ ସୁବୁଦ୍ଧି ୩ ଓଭରରେ ୪୨ ରନ ଦେଇଥିଲେ। ସେହିପରି ଜି ଏମ ସି ଏ ଏକାଦଶ ର ସୁରେଶ ୩ ଓଭରରେ ୩୩ ରନ ଦେଇ ୨ ଟି ୱିକେଟ, ଖାଜା ମୁସ୍ତଫା ୩ ଓଭରରେ ୨୫ ରନ ଦେଇ ଗୋଟିଏ ୱିକେଟ, ଫିରୋଜ ୨ ଓଭରରେ ୩୧ ରନ ଦେଇ ଗୋଟିଏ ୱିକେଟ ଓ ଅନିସ ବେଗ ୨ ଓଭରରେ ୩୧ ରନ ଦେଇଥିଲେ। ସେହିପରି ଦୁଇ ଆମ୍ପାୟର ଏସ କେ ଉସମାନ, ଏସ କେ ଚାନୁ ଖୁବ୍ ସୁନ୍ଦର ଭାବେ ମ୍ୟାଚ୍ କୁ ପରିଚାଳନା କରିଥିଲେ। ସେହିପରି ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏସନର ସମସ୍ତ ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here