ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
138

ବୁଗୁଡା: ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ “ମୋ ଓଡିଶା, ଯୁବ ଓଡିଶା,ନବୀନ ଓଡିଶା” ମାଧ୍ୟ୍ୟମରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଗୁଡ଼ା ପୋଲିସ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନ, ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା, ସମାଜସେବୀ କାହ୍ନୁ ବାଡ଼ତ୍ୟା, ନୋଡାଲ ଅଫିସର ଅମୀୟ କୁମାର ସ୍ୱାଇଁ, କ୍ରୀଡା ସଂଯୋଜକ ଏ.ଜିତେସ ରାଓ ଦୋରା, ସାମାଜିକ କାର୍ଯ୍ୟକ୍ରମ ସଂଯୋଜିକା ମିନତୀ ଆଚାରୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜକ ଗୋପୀନାଥ ମହାନ୍ତି ସହସଂଯୋଜକ ପ୍ରେମାନନ୍ଦ ପ୍ରଧାନ, ଭକ୍ତଲତା ମହାପାତ୍ର, ସଲୀଳା ନାୟକ ଉପସ୍ଥିତ ରହି ସୁସ୍ଥ ସମାଜ ଗଠନରେ ଯୁବ ସମାଜର ଭୂମିକା ବିଷୟରେ ଆଲୋକପାତ କରିବା ସହିତ ସଡ଼କ ସୁରକ୍ଷା ବିଷୟରେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ରାଲି କରାଯାଇ ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ ପରିଚାଳନା କରିଥିବାବେଳେ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here