କନ୍ୟା ରତ୍ନର ସୁରକ୍ଷା ଓ ଅଧିକାର ପାଇଁ ପ୍ରଶିକ୍ଷଣ

0
142

ଗଞ୍ଜାମ:କନ୍ୟାରତ୍ନ ର ସୁରକ୍ଷା ଓ ଅଧିକାରକୁ ନେଇ ବିଜୁ କନ୍ୟାରତ୍ନ ଯୋଜନାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଆମ୍ବଗଡ଼ ଅଙ୍ଗନବାଡି କେନ୍ଦ୍ରଠାରେ ଅନୁଷ୍ଠିତ ଏହି ଶିବିରରେ ସିଡିପିଓ କୁସୁମ କୁମାରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସ୍ତରୀୟ ତାଲିମଦାତା ରୂପେ ବୃନ୍ଦାବନ ପଣ୍ଡା ଯୋଗଦେଇ ଶିଶୁକନ୍ୟାର ସୁରକ୍ଷା ସହିତ ବାଲ୍ୟବିବାହ ରୋକିବା ଓ ସର୍ବୋପରି ନାରୀ ସୁରକ୍ଷା ଓ ନାରୀ ଅଧିକାର ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ରୂପେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର, ସ୍ଥାନୀୟ ସରପଞ୍ଚ ଦେବାଶିଷ ସେଠି, କନିଷ୍ଠ ଯନ୍ତ୍ରୀ ପଦ୍ମିନୀ ବେହେରା ଯୋଗ ଦେଇଥିଲେ । ସରକାରଙ୍କ ” ବେଟି ପଢାଓ ବେଟି ବଢ଼ାଓ ” ଉପରେ ଗୁରୁତ୍ବ ଦେଇ , ନାରୀ ଶିକ୍ଷିତ ହେଲେ କନ୍ୟା ଭ୍ରୁଣ ହତ୍ୟା , ବାଲ୍ୟ ବିବାହ ଓ ନାରୀ ନିର୍ଯାତନା ରୋକା ଯାଇ ପାରିବ । ନାରୀ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବା ସହିତ ଗୋଟିଏ ସୁନ୍ଦର ସମାଜ ଗଠନ ହୋଇ ପାରିବ ବୋଲି କାହ୍ନୁ ପାତ୍ର ତାଙ୍କ ଭାଷଣରେ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାର୍ଯ୍ୟକର୍ତ୍ତା ଶିବ ପ୍ରସାଦ ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ସ୍ମିତାମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମୋ ଗେଲ୍ହା ଝିଅ ରୂପେ ମା ଏମ ଉଷାରାଣୀ ପାତ୍ର ଓ ସଦ୍ୟ ଅବସର ଗ୍ରହଣ କରିଥିବା ଦକ୍ଷିଣପୁର ଅଙ୍ଗନବାଡି କେନ୍ଦ୍ରର ସଂଯୁକ୍ତା କୁମାରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି ସୁପରଭାଇଜର ଶାନ୍ତିଲତା ଗମାଙ୍ଗ, ସବିତା ଜେନା ଓ ପ୍ରତିମା ମହାନ୍ତି ସମେତ ସ୍ଥାନୀୟ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here