ଗଞ୍ଜାମ ଜିଲ୍ଲାରେ ଅଡିଟ୍ ସପ୍ତା୍ହ ପାଳିତ ସରକାରଙ୍କ ଆର୍ଥିକ ବ୍ଯୟର ଆକଳନ ଜରୁରୀ- ଅଧ୍ୟକ୍ଷା ଜିଲ୍ଲା ପରିଷଦ

0
132

ଛତ୍ରପୁର: “ଲୋକ ହିତାର୍ଥ ସତ୍ୟନିଷ୍ଠା”, ଲୋକ ମାନଙ୍କ ହିତ ସାଧନ ଦିଗରେ ସରକାରଙ୍କ ପ୍ରଦତ୍ତ ଅର୍ଥ ବିନିଯୋଗ ହେବାପରେ ସେହି ଅର୍ଥର ସତ୍ୟନିଷ୍ଠ ପ୍ରତିପାଦନ ସମୀକ୍ଷା ନିମନ୍ତେ ଅଡିଟ୍ ବା ଆକଳନ ଜରୁରୀ ଅଟେ । ତେବେଯାଇ ପ୍ରଶାସନରେ ସ୍ବଚ୍ଛତା ବଜାୟ ରହିବ ଏବଂ ଦେଶର ପ୍ରଗତି କ୍ଷିପ୍ର ଗତିରେ ହେବ । ଗୁରୁବାର ଭୁବନେଶ୍ବର ମହାଲେଖାକାର କାର୍ଯ୍ୟାଳୟ ଦ୍ବାରା ଅଡିଟ୍ ସପ୍ତାହ ଜିଲ୍ଲା ସଦର ମହକୁମଂା ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ପଞ୍ଚାୟତ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ମାନୀତ କରିବା ନିମନ୍ତେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ପ୍ରଧାନ ମହାଲେଖାକାର ରାଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଅତିଥି ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ଅବଗତ କରାଇଥିଲେଯେ, ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଅନେକ ଯୋଜନା ପ୍ରଣୟନ କରାଯାଉଛି, ଯେଉଁ ଗୁଡିକର ଆର୍ଥିକ ବ୍ୟୟର ଆକଳନ ନିହାତି ଜରୁରୀ । ଆର୍ଥିକ ବିକାଶ କରିବାପାଇଁ ଆର୍ଥିକ ହିସାବ କିତାବ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ସରକାରଙ୍କ ମଞ୍ଜୁରୀ ଅର୍ଥକୁ ଯଦି ସଠିକ ଭାବରେ ବିନିଯୋଗ କରିବା ତେବେ ଦେଶ ପ୍ରଗତି ପଥରେ ଆଗେଇବ । ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରଧାନ ମହାଲେଖାକାର ରାଜ କୁମାର ନିଜ ବକ୍ତବ୍ଯରେ ଅବଗତ କରାଇଥିଲେଯେ, ଅଡିଟ୍ ସପ୍ତାହ ପାଳନ ଅବସରରେ ଏ.ଜି. ସେମାନଙ୍କର ମୁଖ୍ୟ ଅଂଶୀଦାର ମାନଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରାଯାଇଛି । ଓଡିଶାର ପଞ୍ଚାୟତରାଜ ପ୍ରତିଷ୍ଠାନ ଗୁଡିକରେ ଯୋଗ୍ୟ ଆକାଉଣ୍ଟାଣ୍ଟ ଅଭାବ ସମସ୍ୟାର ସମାଧାନ ନିମନ୍ତେ ଏ.ଜି. ଓଡିଶା ସ୍ଥାନୀୟ ସରକାରୀ ଅଡିଟ୍ ଏବଂ ଦକ୍ଷତା ବିକାଶ ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଥିବା ଅବଗତ କରାଇଥିଲେ । ଏହି କେନ୍ଦ୍ର ସ୍ଥାନୀୟ ଶାସନ ଅଡିଟ୍ ସମ୍ବନ୍ଧୀୟ ଦକ୍ଷତା ବିକାଶର ଆବଶ୍ୟକତା ପୂରଣ ପାଇଁ ସ୍ବତନ୍ତ୍ର ଭାବେ ଉତ୍ସର୍ଗୀକୃତ ହେବ । ଏହି ପରିପ୍ରେକ୍ଷୀରେ ଏକ ସାର୍ଟିଫିକେଟ ପାଠ୍ୟକ୍ରମ ସୃଷ୍ଟି ହେବ । ସି ଆଣ୍ଡ ଏ.ଜି. ଏବଂ ଇନି,ଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ମଧ୍ୟରେ ଏକ ଏମ୍. ଓ. ୟୁ. ସ୍ବାକ୍ଷରୀତ ହୋଇଥିବା ଜଣାଇଥିଲେ । ନଭେମ୍ବର ମାସର ତୃତୀୟ ସପ୍ତାହକୁ ବାର୍ଷିକ ଅଡିଟ୍ ସପ୍ତାହ ଭାବେ ପାଳନ କରାଯାଏ । ଏହି ସଚେତନତା ସପ୍ତାହରେ ପର୍ଯ୍ୟାୟ କ୍ରମେ ଆକଳନ ପରିଚାଳନା ହୁଏ । ଜନ ସାଧାରଣଙ୍କ ସ୍ବାର୍ଥରେ ସତ୍ୟକୁ ଉତ୍ସର୍ଗୀକୃତ କରିବା ଅଡିଟ ର କତାର୍ଯ୍ୟ । ଏହିକାର୍ଯ୍ୟ ସଂପାଦନ କରି ଏ.ଜି. ଓଡିଶା ନିଜକୁ ଗର୍ବିତ ମନେ କରୁଥିବା ଜଣାଇଥିଲେ । ସମ୍ପ୍ରତି ତୃଣମୂଳ ଗଣତନ୍ତ୍ରକୁ କିଭଳି ମଜବୁତ୍ କରାଯାଇପାରିବ ସେ ଦିଗରେ ଭାରତ ସରକାରଙ୍କ ସି. ଆଣ୍ଡ ଏ.ଜି. ଗୁରୁତ୍ବାରୋପ କରୁଥିବା ପ୍ରକାଶ କରିଥିଲେ । ପ୍ରିନସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ରେ ଉଲ୍ଲେଖ ଅଛିଯେ, ଅଡିଟ୍ ରିପୋର୍ଟ ଏବଂ ଇନିସପେକ୍ଟର ରିପୋର୍ଟ ପଢିବା ବେଳେ ଅନୁଭବ ହୋଇପାରେଯେ, ଅଡିଟ୍ ରେ କେବଳ ନକାରାତ୍ମକ ଦୃଷ୍ଟିକୋଣ ରହିଛି । କିନ୍ତୁ ଅଡିଟ୍ ମଧ୍ୟ ଭଲକାର୍ଯ୍ୟକୁ ପ୍ରଶଂସା କରେ ଏବଂ ଉନ୍ନତି ସକାଶେ ସୁପାରିଶ୍ କରେ । ଜନସେବା ପ୍ରଦାନ କରିବା ଏବଂ କଲ୍ଯାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଏକ ସହଜ କଥା ନୁହେଁ । ଏହି ଅଡିଟ୍ ସପ୍ତାହ ଲୋକ ପ୍ରତିନିଧି ମାନଙ୍କ ଦ୍ବାରା କରାଯାଉଥିବା କାର୍ଯ୍ୟକୁ ଧ୍ୟାନ ଦିଏ, ଓ ସେମାନଙ୍କୁ ପ୍ରଶଂସା କରିବା ନିମନ୍ତେ ସମ୍ମାନୀତ କରିବାର ସୁଯୋଗ ଦିଏ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୀର୍ତ୍ତି ଭାସନ୍ ଭି ନିଜ ବକ୍ତବ୍ୟରେ ଲୋକ ପ୍ରତିନିଧି ମାନଙ୍କ କାର୍ଯ୍ୟକୁ ପ୍ରଶଂସା ଓ ଉତ୍ସାହିତ କରିବା ନେଇ ଏ.ଜି. କାର୍ଯ୍ୟାଳୟ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରି ଶୁଭେଚ୍ଛା ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଚ୍ଚାଭିଳାଷୀ ଫାଇଭ୍-ଟି ସିଦ୍ଧାନ୍ତ ଅନୁପାଳନ କରି ଜିଲ୍ଲାର ବିକାଶ ଦିଗରେ ଅନେକ କାର୍ଯ୍ୟ ଅବିରତ ଚାଲିଥିବା ଉଲ୍ଲେଖ କରି ତୃଣମୂଳ ସ୍ତରରୁ ଚାଲୁଥିବା କାର୍ଯ୍ୟରେ କିଭଳି ସ୍ବଚ୍ଛତା ବଜାୟ ରହୁଛି ତାହା ବ୍ୟକ୍ତ କରିଥିଲେ । ସହରର ସୁବିଧା ପ୍ରତି ଗ୍ରାମାଞ୍ଚଳରେ ଯେପରି ଉପଲବ୍ଧ ହେବ ସେ ଦିଗରେ ସର୍ବଦା ଚେଷ୍ଟା ଜିରି ରହିଛି । ଏହି ଉନ୍ନୟନ କାର୍ଯ୍ୟରେ ଅଡିଟ୍ ବା ଆକଳନ କାର୍ଯ୍ୟଧାରା କୁ ସ୍ବଚ୍ଛତା ଓ ପରିମାର୍ଜିତ କରିପାରିଛି ବୋଲି ମତ ରଖିଥିଲେ । ଗଞ୍ଜାମ ଜିଲ୍ଲା୍ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଭାରତ ସରକାରଙ୍କ ଠାରୁ ବହୁ ସମ୍ମନର ଅଧିକାରୀ ହୋଇଥିବା ହେତୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଓ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ସେଠୀ ଏବଂ ଚମାଖଣ୍ଡି ସରପଞ୍ଚ ସି. ଏଚ୍. ମନୋଜ କୁମାର ରେଡ୍ଡୀଙ୍କୁ ଏଜି ଓଡିଶା ପକ୍ଷରୁ ସମ୍ମାନୀତ କରାଯାଇଥିଲା ।
ପ୍ରାରମ୍ଭରେ ଡେପୁଟୀ ଆକାଉଣ୍ଟାଣ୍ଟ ଜେନେରାଲ ତାନିଆ ଆମ୍ବାସ୍ତା ଉପସ୍ଥିତ ଅତିଥି ମାନଙ୍କୁ ସ୍ବାଗତ ଜଣାଇ ମଞ୍ଚ ପରିଚାଳନା କରିଥିବା ବେଳେ କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ରାଜ କିଶୋର ମହାପାତ୍ର ଏବଂ ଶ୍ରୀମନ୍ତ କୁମାର ପଣ୍ଡା ଓ ଏ ଜି କାର୍ଯ୍ୟାଳୟର ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here