ବାଇକ ଦୁର୍ଘଟଣାରେ ଅଢେଇ ବରଗାଁର ଜଣେ ମୃତ୍ୟୁ

0
146

ବୁଗୁଡା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ବାଲିପଦର ଫାଣ୍ତି ଇଲାକାର ପୋଚାଲୁଣ୍ତି ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଅଢେଇ ବରଗାଁ ଗ୍ରାମର ସୂର୍ଯ୍ଯ ନାରାୟଣ ଡାକୁଆ ଓ ତାଙ୍କ ସହିତ ଜଣେ ସମ୍ପର୍କିୟ ଦୁଇ ଜଣ ଏକ ବାଇକରେ ବାଲିପଦର ଅଭିମୁଖେ ଆସୁଥିବା ବେଳେ ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯାହାଦ୍ୱାରା ସୂର୍ଯ୍ଯନାରାୟଣ ଓ ତାଙ୍କ ସମ୍ପର୍କିୟ ରାସ୍ତାରେ କଚାଡି ହୋଇ ପଡିଥିଲେ। ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଦୁଇ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ବୁଗୁଡା ମେଡିକାଲକୁ ଆଣିଥିଲେ। ସୂର୍ଯ୍ଯନାରାୟଣ ଡାକୁଆଙ୍କ ଡାକ୍ତର ମୁତ୍ଯୁ ଘୋଷଣା କରିଥିବା ବେଳେ ଅନ୍ୟ ବ୍ଯକ୍ତି ଜଣକ ସୁସ୍ଥ ଥିବା ଜଣାପଡିଛି । ବାଲିପଦର ଫାଣ୍ତି ପୋଲିସ୍ ମେଡିକାଲରେ ପହଞ୍ଚି ମର ଶରୀରକୁ ଜବତ କରି ଶବ ବ୍ଯବଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛନ୍ତି।

ରିପୋର୍ଟ:ସ୍ୱରପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here