ମିଡ଼ିଆ ହାଉସ୍ ପକ୍ଷରୁ କଳାକାରଙ୍କୁ ସମ୍ବର୍ଦ୍ଧନା

0
140

ପୋଲସରା: ପବିତ୍ର କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଦିନ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଲାଗିଥିବା ବେଳେ ମଧୁପଲ୍ଲୀ ପଞ୍ଚାୟତ ଜୁଲୁଣ୍ଡା ଗ୍ରାମ ନିକଟରେ ଥିବା ଶୈବପୀଠ ଓ ହନୁମାନ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ଜୁଲୁଣ୍ଡା ଶିବ ମନ୍ଦିର ଓ ହନୁମାନ ମନ୍ଦିରରେ ପୋଲସରା ଅଞ୍ଚଳର ରାଧାକୃଷ୍ଣ ଗୀତସଙ୍ଗୀତ ମଣ୍ଡଳୀ ପକ୍ଷରୁ ଆଧ୍ୟାତ୍ମିକ ଭଜନ ପରିବେଷଣ କରାଯାଇଥିଲା । ସଙ୍ଗୀତ ମଣ୍ଡଳୀର ସଙ୍ଗୀତକାର ଅଙ୍ଗଦ କୁମାର ସାହୁ ଓ ଜଣାଶୁଣା ଯୁବ କଣ୍ଠଶିଳ୍ପୀ ସନ୍ତୋଷ କୁମାର ଘଡେଇ , ବଳରାମ ପ୍ରଧାନ , ପ୍ରିୟଙ୍କା ରାଣୀ ସାହୁ , ଅନନ୍ୟା ମିଶ୍ର ,ରାମଚନ୍ଦ୍ର ଘଡେଇ , ଗୋରାଚାନ୍ଦ ସାହୁ, ବାବୁଲା ସାହୁ ଓ ତବଲା ବାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ମଧୁର ସ୍ବରରେ ବିଭିନ୍ନ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ପୋଲସରା ମିଡ଼ିଆ ହାଉସ୍ ପକ୍ଷରୁ ମନୋଜ କୁମାର ଘଡେଇ ଓ ଜ୍ୟୋତିରଞ୍ଜନ ଆଚାରୀ ସମସ୍ତ କଳାକାର ଏବଂ ସଙ୍ଗୀତଜ୍ଞ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶୈବପୀଠକୁ ଆସୁଥିବା ଶହଶହ ଶ୍ରଦ୍ଧାଳୁ ଆଧ୍ୟାତ୍ମିକ ଭଜନ ଶୁଣି ଆଧ୍ୟାତ୍ମିକ ଚିନ୍ତାଧାରାରେ ଇଶ୍ବରଙ୍କ କୃପା ଲାଭ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here