ଶାଳିଆ ଡ୍ୟାମ୍ ଠାରେ ବିଜେଡ଼ି ର ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ। ସିତାରାମ ଙ୍କୁ ବିଧାୟକ ଟିକେଟ୍ ଦେବା ପାଇଁ ମତ ପ୍ରକାଶ

0
378

।ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ର ସୀମାନ୍ତ ରେ ଥିବା ଶାଳିଆ ଡ୍ୟାମ ଠାରେ ସୋମବାର ଦିନ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଙ୍କ ନେତୃତ୍ଵରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ଥିବା ଏବଂ ବିଜେଡି ଦଳ ତଥା କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର ଜଣାଶୁଣା ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଙ୍କୁ ଭଲ ପାଉଥିବା ବିଜେଡି ର କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନମଣ୍ଡଳୀ ର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସହ ଜନସାଧାରଣ ସୁବିଧା ଅସୁବିଧା ସମୟରେ ସମସ୍ତେ ଏକାଠି ହୋଇ ଛିଡ଼ା ହେବା ସହ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା । ଏଥିସହିତ ଦଳୀୟ ସଂଗଠନକୁ ସୁଦୃଢ କରିବା ସହିତ ନବୀନ ପଟ୍ଟନାୟକ ହାତ ମୁଠାକୁ ଆହୁରି ଟାଣ କରିବା ପାଇଁ ଆଲୋଚନା ହେବା ସହ ସିତାରାମ ପାଣିଗ୍ରାହୀଙ୍କୁ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀଭାବେ ବିଜେଡ଼ି ଟିକେଟ୍ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିକଟରେ ନିବେଦନ କରିବା ପାଇଁ କର୍ମୀ ମାନେ ମତ ପ୍ରକାଶ କରିଥିଲେ । ଏଥିରେ ୭ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଙ୍କ ପ୍ରତିନିଧି ପ୍ରଭାକର ପ୍ରଧାନ, ବରିଷ୍ଠ ବିଜେଡି ନେତା ସିମାଞ୍ଚଳ ନାୟକ, ରଘୁନାଥ ଆଚାର୍ଯ୍ଯ, ବୁଲୁ ପ୍ରଧାନ, ବାମଦେବ ବିଶୋୟୀ, ରାଜୁ ରେଡ୍ଡୀ, ସୁବାଷ ଚନ୍ଦ୍ର ସେଠୀ, ନରେନ୍ଦ୍ର ଗୌଡ, ସନ୍ତୋଷ କୁମାର ମହାନ୍ତି, ରାଜେନ୍ଦ୍ର ଭୂୟାଁ, ଛାୟାବତୀ ବେହେରା, ଛାତ୍ର ନେତା ଦିନେଶ କୁମାର ମହାରଣା, ରମେଶ ଭୂୟାଁ, ପିଙ୍କି ରାଉତ ସମେତ ଶତାଧିକ ବିଜେଡି କର୍ମୀ ଓ ନେତାମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ଯ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here