୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଫାର୍ମାସିଷ୍ଟ ମିଟ

0
151

ବ୍ରହ୍ମପୁର – ୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ଔଷଧ ବ୍ୟବସିୟୀ ସଂଘ, ଓଡ଼ିଶା ଫାର୍ମାସିଷ୍ଟ ସଂଘ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ, ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ଓ ସମସ୍ତ ଫାର୍ମାସୀ କଲେଜ୍ ସହଯୋଗରେ ଏମକେସିଜି ମେଡିକାଲ ମେଇନ୍ ଗେଟ ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା l ଏହାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶୁଭାରମ୍ଭ କରିଥଲେ l ରାସ୍ତାରେ ଆର ଡି ସି ରେସ କାର୍ଯ୍ୟାଳୟରେ ଦlପିପତ୍ର ପ୍ରଦାନ କରାଯାଇଥିଲା l ଏହାପରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମିଟ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ସଂଯୋଜକ ନବୀନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦନ କରିଥଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଡି ଏମ ଇ ଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ସି ଡି ଏମ ଓ ଡାକ୍ତର ଉମ ଶଙ୍କର ମିଷ୍ର ଯୋଗ ଦେଇଥିଲେ l ଅନ୍ୟ ମାନଂକ ମଧରେ ୟୁ ସି ଡି ଏ ସଭାପତି ପି ସତ୍ୟ ନାରାୟଣ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଭାପତି ଅକ୍ଷୟ କୁମାର ଦାସ, ସୋପା ସଭାପତି ବିଜୟ ସ୍ୱାଇଁ, ଅଧକ୍ଷ ଲଳିତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ସେହିପରି ଏଠାରେ ୟୁ ସି ଡ଼ି ଏ ତରଫରୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ମେଡିସିନ ହୋମ ଦେଲିଭେରୀ ୟେୱ ଆପ୍ ସୁଭାରମ୍ଭ କରାଯାଇଥିଲା l ଏଠାରେ ସମସ୍ତ ଅତିଥି ଓ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା l ଶେଷରେ ଅଭିମନ୍ୟୁ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସମସ୍ତ ଫାର୍ମାସୀ କଲେଜ୍ ଅଧକ୍ଷ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here