ପୋଲସରା କଲେଜରେ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ”

0
141

ବୁଗୁଡା :ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କ୍ରୀଡା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ”(ଆଇ.ୱାଇ.ଡି.ପି.) ଅଧୀନରେ ଏକ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ମୋଟ ୬୮୭ ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇ କ୍ରୀଡା ଓ ଯୁବସେବା ବିଭାଗ ମାଗଦର୍ଶିକା ଓ ପାଣ୍ଠି ଯୋଗାଇଦିଆଯାଇଛି। ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଶୁକ୍ରବାର ଦିନ “ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ”ର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା କ୍ରୀଡା, କଳା ଓ ସଂସ୍କୃତିର ରାଜ୍ୟ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କ୍ରୀଡା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ସରକାର ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରିନ୍ସପାଲ ବନମାଳୀ ବେହେରା ଅଧ୍ୟକ୍ଷତାର କରିଥିବା ବେଳେ ପରିଚାଳନା କମିଟି ର ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ତଥା ପଦାର୍ଥ ବିଜ୍ଞାନର ଅଧ୍ୟାପକ ବାଲରାଜୁ ପାତ୍ର, ଦର୍ଶନ ଶାସ୍ତ୍ର ଅଧ୍ୟାପକ ରୁଦ୍ରପ୍ରସାଦ ଗୌଡ଼, ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ ଦାସ, ଇଂରାଜୀ ପ୍ରାଧ୍ୟାପକ ପ୍ରମୋଦ ରଥ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। କଲେଜରେ ଶୁକ୍ରବାର ଠାରୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here