ବରିଷ୍ଠ ମୁରବୀଙ୍କ ଅକାଳ ବିୟୋଗ

0
212

ଭୁବନେଶ୍ୱର : ସାଲିଆ ସାହିର ବରିଷ୍ଠ ମୁରବୀ ଚରଣ ମାଝୀଙ୍କର ଶନିଵାର ଦିନ ଅକାଳ ବିୟୋଗ ଘଟିଛି । ସେ ସକାଳୁ ବିଛଣାରୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଉଥିବା ବାଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସରଳ, ଉଦାର ହୃଦୟର ବ୍ୟକ୍ତି ଥିଲେ । ସାଲିଆ ସାହିରେ ୩୦ ବର୍ଷ ରହଣି କାଳ ମଧ୍ୟରେ ସେ ଲୋକମାନଙ୍କ ସହିତ ମିଶି ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ବହୁ ସମସ୍ୟାର ସମାଧାନ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ସାଲିଆ ସାହିରେ ଶୋକର ଛାୟା ଖେଳି ଯାଇଛି ।

ମୃତ୍ୟୁ ଖବର ପାଇ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସାଲିଆ ସାହିର ୪ ଜଣ କର୍ପୋରେଟର ଓ ବିଭିନ୍ନ ନେତୃମଣ୍ଡଳୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ମଝିଆ ପୁଅ ସୁଧାକର ମାଝୀ ମୁଖାଗ୍ନି ଦେଇଥିବା ବେଳେ ବଡ ପୁଅ ବଂଶୀଧର ମାଝୀ, ମଝିଆ ପୁଅ ଚକ୍ରଧର ମାଝି ଓ ସାନ ପୁଅ ଜିତେନ୍ଦ୍ର ମାଝୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here