ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ମାଗଣା ଡାଇଆବେଟିସ ରେଟିନୋପାଥି ଚକ୍ଷୁ ପରୀକ୍ଷା ଶିବିର

0
178

ବ୍ରହ୍ମପୁର: ସାନ ଏଣ୍ଡ ନିଲ ଫାଉଣ୍ଡେସନ ବ୍ରହ୍ମପୁର ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ଡାଇଆବେଟିସ ରେଟିନୋପାଥି ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ବ୍ରହ୍ମପୁର ଶ୍ରୀ କୁସୁମ ହରନାଥ ମନ୍ଦିର, ଡାଇମଣ୍ଡ ଟ୍ୟାଙ୍କ ରୋଡ଼ ଠାରେ ଅନୁଷ୍ଠିତ କରାଯାଇଅଛି. ଉକ୍ତ ଶିବିରକୁ ଶ୍ରୀଯୁକ୍ତ ଲାୟନ ପି.ଧର୍ମା ରାଓ ଚେୟାରମ୍ୟାନ ଙ୍କ ସଭାପତିତ୍ୱରେ ଉଦଘାଟନ କରିଥିଲେ,ମୁଖ୍ୟ ଅତିଥି ଶ୍ରୀ ଏସ.ଚିଟି ବାବୁ(ସେକ୍ରେଟାରୀ), ଶ୍ରୀ କିରଣ ପାତ୍ର (କୋଷାଦ୍ଧକ୍ଷ ), ଶ୍ରୀ ଗଣେଶ ପାତ୍ର (ଭାଇସ ପ୍ରେସିଡେଣ୍ଟ),ଶ୍ରୀ ଶଶୀଧର ଆଚାରି(ସମାଜସେବୀ) ଓ ସାନ ଏଣ୍ଡ ନିଲ ଫାଉଣ୍ଡେସନ ବ୍ରହ୍ମପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା, ବିପି,ବ୍ଲଡ଼ସୁଗାର(ମଧୁମେହ), ଚକ୍ଷୁ ରେଟିନା ପରୀକ୍ଷା, ଗ୍ଲୁକୋମା ନିଃଶୁଳ୍କ କରାଗଲା. ମୋଟ ୬୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୩୩ ଙ୍କୁ ବିପି,ବ୍ଲଡ଼ସୁଗାର(ମଧୁମେହ) ପରୀକ୍ଷା କରାଗଲା, ମୋଟ ୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ୧୩ ଜଣ ଙ୍କର ରେଟିନା ଚେକ ଅପ କରଗଲା.
*__ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍* ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ଏନ. ଭାଗ୍ୟଲକ୍ଷ୍ମୀ (ଚିଫ ଅପଟୋମେଟ୍ରିଷ୍ଟ), ଶ୍ରୀ ସାଗର ପୃଷ୍ଟି(ଚକ୍ଷୁ ଟେକ୍ନିସିଆନ), ଶ୍ରୀ କମଳାକାନ୍ତ ସାହୁ(ଲ୍ୟାବ ଟେକ୍ନିସିଆନ), ଶ୍ରୀ ଗୋପାଳ ମିଶ୍ର ଓ ଶ୍ରୀ ଈପିଲି ସାକିଲି କୁ ପରିଚାଳନା କରିଥିଲେ.

LEAVE A REPLY

Please enter your comment!
Please enter your name here