କରୁଣା ଟ୍ରଷ୍ଟ ପକ୍ଷରୁ ମାଣିତରାରେ ସମୀକ୍ଷା ବୈଠକ

0
171

ବୁଗୁଡା : ଗଞ୍ଜାମ ଜିଲ୍ଲାରେ କରୁଣା ଟ୍ରଷ୍ଟ ପକ୍ଷରୁ ପରିଚାଳିତ ହେଉଥିବା ୫ ଗୋଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ବୃନ୍ଦଙ୍କୁ ନେଇ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସଭା ଗୃହରେ ଏକ ସମୀକ୍ଷା ବୈଠକ ନଭେମ୍ବର ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ କରୁଣା ଟ୍ରଷ୍ଟ ରାଜ୍ୟ ପରିଚାଳନା ନିର୍ଦ୍ଦେଶକ ହରେକୃଷ୍ଣ ପ୍ରହରାଜ ଓ ରାଜ୍ୟ ପକଳ୍ପ ସଂଯୋଜକ ବନୋଜ ପଣ୍ଡା ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର କରୁଣା ଟ୍ରଷ୍ଟ ପରିଚାଳିତ ୫ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ସମୀକ୍ଷା ବୈଠକରେ ଟ୍ରଷ୍ଟ ଦ୍ୱାରା ପରିଚାଳିତ ୫ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନା, ସ୍ୱାସ୍ଥ୍ୟ ସେବା ପାଇଁ ସର୍ବଦା ସଜାଗ ରହିବା, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ ପ୍ରତି ଦୃଷ୍ଟି ଦେବା, ବିଗତ ବର୍ଷ ଗୁଡିକରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୁଣବତ୍ତାରେ ଯେପରି ଶ୍ରେଷ୍ଠ ହୋଇପାରିଛି ତାହା ବଜାୟ ରଖିବାକୁ କାର୍ଯ୍ୟ କରିବା ଏବଂ ଅନ୍ୟ ବିଷୟ ନେଇ ଆଲୋଚନା ହୋଇଥିଲା। ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରି କରୁଣା ଟ୍ରଷ୍ଟର ସୁନାମ ବଜାୟ ରଖିବାକୁ ଉତ୍ସାହିତ କରାଯାଇଥିଲା।

 

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here