ପଲ୍ଲୀରୁ ଦୁବାଇ ଯାଉଛନ୍ତି ମିଶନ ଶକ୍ତି ମହିଳା ନିଳନ୍ଦ୍ରି

0
177

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକ, ଭାମଶିଆଳି ପଞ୍ଚାୟତର କୁଆନଳା ଗ୍ରାମର ନିଳନ୍ଦ୍ରି ମହାପାତ୍ର, ବୁଗୁଡା ବ୍ଳକର ମିଶନ ଶକ୍ତିର ବ୍ଲକ ଲେଭଲ ଫେଡରେସନ ପକ୍ଷରୁ ମନୋନୀତ ହୋଇ ଦୁବାଇ ପରିଦର୍ଶନରେ ଯିବା ପାଇଁ ଠିକ ହୋଇଥିବା ଜଣାପଡିଛି। ଏସଏଚଜି ମହିଳାମାନେ ବଡି , ପାମ୍ପଡ, ନମକିନି, ପ୍ରଭୃତି ମାଣ୍ତିଆ ଜନିତ ବିଭିନ୍ନ ଖାଦ୍ୟ ତିଆରି କରି ବଜାରରମାଣ୍ତିଆ ଏକ ପୃଷ୍ଟିକର ଖାଦ୍ଯ ହୋଇଥିବା ବେଳେ ସରକାରଙ୍କ ମାଣ୍ତିଆ ଖାଦ୍ୟ ବ୍ୟବହାର କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି। ବୁଗୁଡା ବ୍ଳକର ପ୍ରତ୍ୟେକ ଗ୍ରାମରେ ମିଶନ ଶକ୍ତି ଅନ୍ତର୍ଭୁକ୍ତ ମହିଳାମାନେ ମାଣ୍ତିଆ ରେ ଆଡିସା, କାକରା, ବଡ଼ି, ପାମ୍ପଡ଼, ନମକିନି ପ୍ରଭୃତି ବିଭିନ୍ନ ଖାଦ୍ଯ ତିଆରି କରିବାରେ ଲାଗିପଡିଛନ୍ତି। କିଭଳି ଆଗାମି ଦିନରେ ସେମାନେ ନିଜ ନିଜର ବ୍ୟବସାୟ କରି ଆଗକୁ ବଢିପାରିବେ ସେ ନେଇ ସରକାରଙ୍କ ପକ୍ଷରୁ ଜଣେ ମିଶନ ଶକ୍ତିର ମାଆ ନିଳନ୍ଦ୍ରି ମହାପାତ୍ରଙ୍କୁ ଦୁବାଇ ପଠାଉଛନ୍ତି। ସେଠାରେ ସେ ବ୍ୟବସାୟ ଅଗ୍ରଗତି ପ୍ରଣାଳୀ ପରିଦର୍ଶନ କରି ଫେରିବେ। ସେ ଦୁବାଇରୁ ଫେରିବା ପରେ ନିଜ ନିଜର ମିଶନ ଶକ୍ତି ମହିଳାମାନଙ୍କୁ ପ୍ରେରଣା ଦେବା ସହ ନିଜର ବ୍ୟବସାୟ କୁ ଆଗକୁ ବଢାଇବେ। ଏଥି ପ୍ରତି ଏସଏଚଜି ମହିଳାମାନଙ୍କୁ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା କହିଛନ୍ତି ନିଳନ୍ଦ୍ରି। ବୁଗୁଡା ବ୍ଳକର ପ୍ରଥମ ମହିଳା ଭାବେ ନିଳନ୍ଦ୍ରି ମହାପାତ୍ର ନିହାତୀ ପଲ୍ଲୀ କୁଆନଳା ଗ୍ରାମରୁ ଦୁବାଇ ପରିଦର୍ଶନରେ ଯାଉଥିବା ବେଳେ ବୁଗୁଡା ବ୍ଳକର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ମୁହଁରେ ହସ ଫୁଟିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here