ପିପଳପଙ୍କା ଠାରେ ପ୍ରସ୍ତାବିତ ଡେମ୍ ନିର୍ମାଣକୁ ବାତିଲ କରିବା ଦାବିରେଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

0
140

ବ୍ରହ୍ମପୁର:ପିପଳପଙ୍କା ଠାରେ ପ୍ରସ୍ତାବିତ ଡେମ୍ ନିର୍ମାଣକୁ ବାତିଲ କରିବା ଦାବିରେ ଆଜି ସ୍ଥାନୀୟ ପ୍ରଭାବିତ ହେବାକୁଥିବା ଲୋକେ ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଦକ୍ଷିଣାଂଚଳ ଆରଡିସିଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ମଞ୍ଚର ଆବାହକ କେଳା ମଳିକଙ୍କ ସମେତ ଉଗ୍ରସେନ ମଳିକ, ଗାଜଲବାଡ଼ି ପଞ୍ଚାୟତର ପୂର୍ବତନ ସରପଂଚ ଦୁଃଶାସନ ମଳିକ, ବିଜୟ ମଳିକ, ବ୍ରଜମୋହନ ମଳିକ, ଅଜୁ ନାୟକ, ଭଗବାନ ଦଳବେହେରା, ପ୍ରଭାକର ମଳିକ, ଖଦାଳ ମଳିକ, ଏଆଇକେଏମଏସ୍ ବ୍ଳକ୍ ସଭାପତି କାଳୀଚରଣ ନାୟକ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here