୧୫ତମ ଅନ୍ତ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ (ଫାଇନାଲରେ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ)

0
148

ବୁଗୁଡା : ବୁଗୁଡା ପିପୁଲସ କଲେଜରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଅନ୍ତ ମହାବିଦ୍ୟାଳୟ କବାଡ଼ି (ମହିଳା) ଟୁର୍ଣ୍ଣାମେଣ୍ଟ ନଭେମ୍ବର ୮ ତାରିଖ ଦିନ ଉଦଯାପିତ ହୋଇଯାଇଛି। ନଭେମ୍ବର ୩ ତାରିଖରେ ଆରମ୍ଭ ହୋଇଥିବା ପୁରୁଷ ବିଭାଗ କବାଡ଼ି ଟୁର୍ଣ୍ଣାମେଣ୍ଟ ୫ ତାରିଖରେ ଉଦଯାପିତ ହୋଇଥିବା ବେଳେ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇଥିଲେ। ନଭେମ୍ବର ୮ ତାରିଖ ଦିନ ମହିଳା ବିଭାଗ କବାଡ଼ି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସକା କଲେଜ ଟିମ ଓ ବୁଗୁଡା କଲେଜ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମହିଳା ବିଭାଗ କବାଡ଼ି ଟୁର୍ଣ୍ଣାମେଣ୍ଟ ରେ ମଧ୍ୟ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇଥିବା ବେଳେ ଆସିକା କଲେଜ ଟିମ ରନର୍ସଅପ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାୟୋଜିତ ଅନ୍ତ ମହାବିଦ୍ୟାଳୟ ୫୨ ତମ ପୁରୁଷ ବିଭାଗ କବାଡ଼ି ଟୁର୍ଣ୍ଣାମେଣ୍ଟ ଓ ୧୫ ତମ ମହିଳା ବିଭାଗ କବାଡ଼ି ଟୁର୍ଣ୍ଣାମେଣ୍ଟ, ଉଭୟରେ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇ କଲେଜ ପାଇଁ ଗୌରବ ଆଣିପାରିଛନ୍ତି। ଆଜିର ଉଦଯାପନି କାର୍ଯ୍ୟକ୍ରମ ରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଗଭର୍ନିଂ ବଡି ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ବୁଗୁଡା ପୋଲିସ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନ, ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା, କ୍ରୀଡା ବିଭାଗ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟବେକ୍ଷକ ରାଜେଶ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଓ ଏମ. ଶ୍ରୀନିବାସ ଦୋରା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here