କଳିଙ୍ଗ ଯୁବ ନାଟ୍ୟ ସଂସଦ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ

0
137

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମରେ ପବିତ୍ର ୩୨ ତମ ଦୂର୍ଗାପୂଜା ପାଳନ ଅବସରରେ କଳିଙ୍ଗ ଯୁବ ନାଟ୍ୟ ସଂସଦ ତରଫରୁ ହସ ଲୁହ ଭରା ଶ୍ରେଷ୍ଠ ସାମାଜିକ ନାଟକ ‘ ଆସିଛି ଏକା ଯିବି ମୁଁ ଏକା ‘ ନାଟକ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟ ସଂସଦର ସଭାପତି ଉମାକାନ୍ତ ସାହୁ ( ମୁନା) ଓ ସ୍ଥାନୀୟ ସରପଞ୍ଚ ତଥା ସଂସଦ ମ୍ୟାନେଜର ମନୋରଞ୍ଜନ ଗୈାଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ସ୍ଥିତ ଶ୍ରୀ ଶ୍ରୀ ମାଁ ହରିପ୍ରିୟା ଆଶ୍ରମ ମୁଖ୍ୟ ସନ୍ଥଶ୍ରୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ । ସେହିପରି ଯୁବ ବିଜେଡି ନେତା ଏ . ସନ୍ତୋଷ ପାତ୍ର , ଦକ୍ଷିଣାଞ୍ଚଳ ସରପଞ୍ଚ ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ଖମ୍ବାରୀ ଗାଁ ପଞ୍ଚାୟତ ବିଜେଡି ସଭାପତି ରଞ୍ଜନ କୁମାର ପାଣିଗ୍ରାହୀ , ଦିଗପହଣ୍ଡି ନଗର ଯୁବ ବିଜେଡି ସଭାପତି ରାଜୁ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଶିକ୍ଷକ ଶ୍ବେତ ବସନ୍ତ ଗୈାଡ ମଞ୍ଚ ପରିଚାଳନା କରିଥିବା ବେଳେ ନିର୍ଦ୍ଦେଶକ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଗ୍ରାମର ବହୁ କଳାକାର ମାନେ ସୁନ୍ଦର ଭାବରେ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here