ଗୋଶାଳା ଉନ୍ମୋଚନ ଓ ସଂସ୍କୃତ ଭାଗବତ ପାରାୟଣ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
142

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଘନସିଙ୍ଗି ସ୍ଥିତ ଚିଦାନନ୍ଦ ବଦ୍ରୀକା ଆଶ୍ରମ ପରିସରରେ ଆସନ୍ତା ନଭେମ୍ବର ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଗୋଶାଳା ଉନ୍ମୋଚନ ଓ ସଂସ୍କୃତ ଭାଗବତ ପାରାୟଣ ଉତ୍ସବ ପାଳନ ନିମନ୍ତେ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମ ପରିଚାଳକ ସ୍ବାମୀ ସନ୍ନିଷ୍ଠାନନ୍ଦ ସରସ୍ଵତୀଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ନଭେମ୍ବର ୨୦ ରୁ ୨୭ ଅର୍ଥାତ୍ ଆଶ୍ରମରେ ସାତଦିନ ବ୍ୟାପୀ ଗୋପୂଜନ ଶ୍ରୀମଦ ଭାଗବତ କଥାମୃତ ପାରାୟଣ ଓ ପ୍ରବଚନ ଏବଂ ଗୋଶାଳା ପ୍ରତିଷ୍ଠା ଦିବସ ନିମନ୍ତେ ଯଜ୍ଞ କାର୍ଯ୍ୟକ୍ରମ ପ୍ରସ୍ତୁତି କିପରି କରାଯାଇପାରିବ ଆଲୋଚନା କରିବା ସଙ୍ଗେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା । ସଭାପତି ରୂପେ ଆଶ୍ରମ ମୁଖ୍ୟ ସନ୍ନିଷ୍ଠାନନ୍ଦ ସରସ୍ଵତୀ , ଯଜ୍ଞ ସଦସ୍ୟ ରୂପେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼ , ପୂର୍ବତନ ଖମ୍ବାରୀ ଗାଁ ସରପଞ୍ଚ କେ . ସନ୍ତୋଷ ପାତ୍ର , ସହଦେବ ରେଡ୍ଡୀ , ଉମାକାନ୍ତ ସାହୁ , ଅଶ୍ବିନୀ ସାହୁ , ନିରଞ୍ଜନ ଗୈାଡ , ରବି ପାଇକଙ୍କୁ ଚୟନ କରାଯାଇଥିଲା । ଏଥିସହ ୨୬ ତାରିଖ ଦିନ ଆଶ୍ରମ ପରିସରରେ ୧୦୮ ଭାଗବତ ମହାମିଳନ ଉତ୍ସବ ଆୟୋଜନ ହେବା ସହ ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁ ସନ୍ଥ ମାନେ ଯୋଗଦେବେ ବୋଲି ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here