ସୋସାଇଟି ସମ୍ପାଦକ ଓ ଡିଇଓଙ୍କ ନାମରେ ଏତଲା

0
174

ଦିଗପହଣ୍ଡି – ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ସେବା ସମବାୟ ସମିତିର ଅନିୟମିତତା ପଦାକୁ ଆସିଛି । ୨୦୨୨-୨୩ ଖରିଫ ଋତୁରେ ଚାଷୀଙ୍କ ଠାରୁ ଧାନକିଣା ସମୟରେ ଏଭଳି ହୋଇଥିବା ତଦନ୍ତ ବେଳେ ଧରା ପଡିଛି । ପଞ୍ଜିକୃତ ଚାଷୀ ଦେବରାଜ ନାୟକ , ସ୍ବର୍ଣ୍ଣଲତା ସାହୁ, ଜଗନ୍ନାଥ ସାହୁ ଏବଂ ଲଡୁ କିଶୋର ଗୌଡ ସୋସାଇଟି ମାଧ୍ୟମରେ ଧାନ ବିକ୍ରି କରିଥିଲେ । କିନ୍ତୁ ତାଙ୍କ ବ୍ଯାଙ୍କ ଖାତାକୁ ସରକାରଙ୍କ ପକ୍ଷରୁ ଧାନର କୌଣସି ଏମଏସପି ପହଞ୍ଚିନଥିଲା ।ଚାଷୀଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇଥିବା ବେଳେ ଅନିୟମିତତା ପଛରେ କାର୍ଯ୍ଯରତ ଡିଇଓ ସାନୁ ସାହୁଙ୍କ ଭୂମିକା ରହିଥିବା ଜଣାପଡିଥିଲା । ଏପରିକି ସେ କମ୍ପ୍ୟୁଟର ମାଧ୍ୟମରେ ନକଲି ରସିଦ ମଧ୍ୟ ପ୍ରସ୍ତୁତ କରିଥିଲେ । ଖରିଫ ଧାନ ସଂଗ୍ରହ ସମୟରେ କୌଣସି ପ୍ରକାର ଅନିୟମିତତା ପାଇଁ ସମିତି ସମ୍ପାଦକ ଉତ୍ତରଦାୟୀ ରହୁଥିବାରୁ ବ୍ରହ୍ମପୁର ମଣ୍ଡଳ ଏଆରସିଏସ ପର୍ଶୁରାମ ପାତ୍ର ଡିଇଓ ସାହୁଙ୍କ ସମେତ ସମ୍ପାଦକ ବିପିନ ଷଡ଼ଙ୍ଗୀଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି । ପୋଲିସ ଆଇଆଇସି ଦିପ୍ତିରଞ୍ଜନ ବେହେରା ଦିଗପହଣ୍ଡି ଥାନା କେଶ୍ ନମ୍ବର ୪୨୭/୨୩ ଦଫା ୪୨୦/୪୦୯/୪୬୭/୪୬୮/୩୪ ପ୍ରକାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here