ଦିବ୍ୟ ଜୀବନ ଯୁବ ସଂଘ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ

0
154

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ମାଁ କନକ ଦୁର୍ଗା ପୂଜା ଅବସରରେ ଦିବ୍ୟ ଜୀବନ ଯୁବ ସଂଘ ପକ୍ଷରୁ ଆୟୋଜିତ ୭୫ ତମ ଅବଦାନରେ ସାମାଜିକ ନାଟକ “କଳା କାହ୍ନୁ ମୋର କାଳିଆ ସୁନା” ମଞ୍ଚସ୍ଥ ହୋଇଯାଇଛି । ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସେହିପରି ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ , ଦିଗହପଣ୍ଡି ଏନ୍ ଏସି କାଉନସିଲର ଦୀପକ କୁମାର ମିଶ୍ର , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , କୋଟିନାଡ ପୂର୍ବତନ ସରପଞ୍ଚ ଉମା ବିଷୋୟୀ ,ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ , କୃଷ୍ଣ ଚନ୍ଦ୍ର ସାହୁ , ସମିତିସଭ୍ୟ ପଙ୍କଜ ସାହୁ , ବିଷ୍ଣୁ ସେଠୀ , ସୁଦାମ ରେଡ୍ଡୀ ,ସ୍ଥାନୀୟ ନାଏବ ସରପଞ୍ଚ ଶେଖର ଦୋରା , ମନୋଜ ସାହୁ , କେ .ପୂଜା , ନୀଳମାଧବ ପଟ୍ଟନାୟକ , ଦିବ୍ୟ ଜୀବନ ସଂଘ ଯୁବ ସଭାପତି ଜୟଦେବ ରେଡ୍ଡୀ, ସମ୍ପାଦକ ଏସ୍ ସିମାଞ୍ଚଳ ଦୋରା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ନିର୍ଦ୍ଦେଶକ ମଦନମୋହନ ମିଶ୍ରଙ୍କ ନିର୍ଦ୍ଦେଶନାରେ କଳାକାର ମାନେ ନାଟକ ପରିବେଷଣ କରିଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here