ବିଧାନସଭା ନିର୍ବାଚନରେ ବିଜେଡ଼ି ଦଳରୁ ଗୋପାଳ ସମାଜ ସଭାପତିଙ୍କୁ ପ୍ରାର୍ଥୀ ଦିଆଯିବା ନିମନ୍ତେ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ

0
277

ଦିଗପହଣ୍ଡି – ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନିମନ୍ତେ ରବିବାର ଦିନ ଷୋହଳ ଖଣ୍ଡ ଗୋପାଳ ସମାଜର ତିନି ତାଲୁକା ସଭାପତି ମନୋରଞ୍ଜନ ଗୈାଡଙ୍କୁ ଟିକଟ ପ୍ରଦାନ ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି । ତିନି ତାଲୁକା ସଭାଗୃହ ପରିସରରେ ତିନି ତାଲୁକା ବଡଖେମୁଣ୍ଡି , ସାନଖେମୁଣ୍ଡି , ଚିକିଟି ଓ ମହୁରୀ ତାଲୁକା ସମାଜ ତରଫରୁ ଅନୁଷ୍ଠିତ ସମ୍ମୀଳନୀକୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପର୍ଶୁରାମ ଗୈାଡ ସଭାପତିତ୍ବ କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ବିଜେଡି ନେତା ଟଙ୍କଧର ଦାସ , ଜିଲ୍ଲା ଉପସଭାପତି ପିତାମ୍ବର ଗୈାଡ , ସଂପାଦକ ପ୍ରେମାନନ୍ଦ ମହାଙ୍କୁଡ , କୋଷାଧ୍ୟକ୍ଷ ଗଣେଶ ମହାଙ୍କୁଡ , ମହୁରୀ ତାଲୁକା ସଭାପତି ବାବୁଲା ଗୈାଡ , ଲାଠି ମୁଠା ସଭାପତି ରମେଶ ଚନ୍ଦ୍ର ଗୈାଡ , ଜିଲ୍ଲା ସହ ସଂପାଦକ ରବିଚନ୍ଦ୍ର ଗୌଡ଼ , ତିନି ତାଲୁକା କୋଷାଧ୍ୟକ୍ଷ ନୀଳମାଧବ ଗୈାଡ , ସଂପାଦକ ରାଧାକାନ୍ତ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଗୋପାଳ ସମାଜର ସମଗ୍ର ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୬୦ ହଜାର ପରିବାରର ୭ ଲକ୍ଷ ଭୋଟର ରହିଛନ୍ତି । ଏପରିକି ଦିଗପହଣ୍ଡି ବ୍ଳକରେ ୮୦ ହଜାର ଭୋଟର ମଧ୍ୟ ରହିଥିବା ବେଳେ ଦୀର୍ଘ ୪୦ ବର୍ଷ ଧରି ଗୋପାଳ ସମାଜ ପକ୍ଷରୁ ବିଜେଡି ଦଳକୁ ସମର୍ଥନ କରି ଆସୁଛନ୍ତି । ତେବେ ଚଳିତ ବର୍ଷ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଭାବେ ରହିଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରେ ଏହି ସ୍ଥାନ ଖାଲି ରହିଛି । ତେଣୁ ଗୈାଡ ସମାଜର ସଂଖ୍ୟା ଗରିଷ୍ଠତା ରହିଥିବା ଯୋଗୁଁ ରାଜନୈତିକ କ୍ଷେତ୍ରରେ ସମାଜକୁ ପ୍ରାଧାନ୍ୟ ଦିଆଯାଉ ଏବଂ ଖୁବ୍ କମ୍ ଦିନରେ ଲୋକପ୍ରିୟତା ହାସଲ କରିଥିବା ଜଣେ ଦକ୍ଷ ରାଜ୍ୟ ସରପଞ୍ଚ ସଂଘ ଉପସଭାପତି , ଜିଲ୍ଲା ସଭାପତି ଏବଂ ତିନି ତାଲୁକା ଗୋପାଳ ସମାଜର ସଭାପତି ରହିଥିବା ମନୋରଞ୍ଜନ ଗୈାଡଙ୍କୁ ବିଧାନସଭା ଆସନରୁ ଟିକେଟ ଦେବା ନିମନ୍ତେ ସମାଜ ପକ୍ଷରୁ ଦୃଢ଼ ଦାବି କରିଛନ୍ତି । ଏନେଇ ପୂର୍ବରୁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରିଥିଲେ । ଆୟୋଜିତ ସମ୍ମୀଳନୀରେ ଗୋପାଳ ସମାଜର ରାଜ୍ୟ ଓ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here