‘କାର୍ଯ୍ୟରତ ମହିଳାଙ୍କୁ ସୁରକ୍ଷା ଆଇନ’ ସଚେତନତା

0
145

ଦିଗପହଣ୍ଡି – ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ମଙ୍ଗଳବାର ଦିନ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । କମିଟି ଅଧ୍ଯକ୍ଷା ତଥା ଦିଗପହଣ୍ଡି ଜେଏମଏଫସି ପ୍ରିୟଦର୍ଶିନୀ ତ୍ରିପାଠୀ ଏଥିରେ ଅଧ୍ଯକ୍ଷତା କରିଥିଲେ । ଅତିରିକ୍ତ ତହସିଲଦାର ସନାତନ ମହାଳିକ , ଆଇନଜୀବି ହରପ୍ରସାଦ ରଥ , ଏ.ସୋମେଶ୍ବର ରାଓ , ସିମାଞ୍ଚଳ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ଯରତ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା ସମ୍ପର୍କିତ ଆଇନ – ୨୦୧୩ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ମାଧ୍ୟମରେ ତଦନ୍ତ ଭିତ୍ତିକ ସମାଧାନ ନେଇ ଶିବିରରେ ଗୁରୁତ୍ବାରୋପ କରାଯାଇଥିଲା । ତହସିଲ ମୂଖ୍ଯ କିରାଣୀ ମୂରଲୀ ଦଳାଇ , ଅନୁସୂୟା ବେହେରା , ଗୀତାଞ୍ଜଳି ପଟ୍ଟନାୟକ , ପ୍ରମିଳା ଶବର , ସଶ୍ମିତା ପାତ୍ର , ଅନିତା ନାୟକ , ଦିଲ୍ଲୀପ ପଟ୍ଟନାୟକ , ଅରୁଣ ମଲ୍ଲିକ , ଏଲ୍. ସଞ୍ଜୀବ ଗମାଙ୍ଗ , ଶ୍ଯାମ କୁମାର ଦାସ , ବିଚାର ବିଭାଗୀୟ କର୍ମଚାରୀ ସତ୍ଯନାରାୟଣ ପାଢ଼ୀ , ସଂଗ୍ରାମ କେଶରୀ ପଣ୍ଡା , ଅଶ୍ବିନୀ କୁମାର ପଟ୍ଟନାୟକ , ପି. ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ବହୁ କର୍ମଚାରୀ ଏଥିରେ ଉପସ୍ଥିତ ଥିବା ବେଳେ ଶେଷରେ ସୁଜ୍ଞାନୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here