ଭୀଷ୍ମଗିରିରେ ବିପିନ ଓ ବ୍ଳକ ଅଧ୍ୟକ୍ଷାଙ୍କୁ ବିପୁଳ ସମ୍ବର୍ଦ୍ଧନା

0
383

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତରେ ଗ୍ରାମବାସୀଙ୍କ ତରଫରୁ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଓ ନବାଗତ ବ୍ଳକ ଅଧ୍ୟକ୍ଷା ଯମୁନା ନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଖବରନୁଯାୟୀ , ଗତ ୨୮ ତାରିଖରୁ ଭୀଷ୍ମଗିରି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଆସୁଅଛି । ଯାହାକୁ ନେଇ ପଞ୍ଚାୟତ ବାସୀଙ୍କ ଅନୁରୋଧ କ୍ରମେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ବିପିନ ସମର୍ଥକ ମାନେ ଗ୍ରାମରେ ପହଞ୍ଚିବା ପରେ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ ବିରାଟ ଶୋଭାଯାତ୍ରାରେ ପାଛୋଟି ନେବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ବିପିନ ଓ ତାଙ୍କ ସମର୍ଥକ ମାନେ ମାତା ଗଜଲକ୍ଷ୍ମୀଙ୍କ ଆର୍ଶୀବାଦ କାମନା କରିଥିଲେ । ସେହିପରି ହରିବନ୍ଧୁ ରେଡ୍ଡୀ , ଅସିତ ସାହୁ , ଉଦୟନାଥ ସ୍ବାଇଁ , ତପନ ପ୍ରଧାନ , ଦେବହରି ଗୌଡ଼ , ମନୋଜ ସାହୁ , ପଙ୍କଜ ସାହୁ , ସୁଦାମ ରେଡ୍ଡୀ , ଶିବରାମ ମହାନ୍ତି , ବିଷ୍ଣୁପ୍ରିୟା ସେଠୀ , ରାଜକିଶୋର ମହାନ୍ତି , ବିକ୍ରମ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here