ହାତୀଓଟ ଜରାଶ୍ରମରେ ବିଧାୟକଙ୍କ ବସ୍ତ୍ର ପ୍ରଦାନ

0
155

ପୋଲସରା : କୁମାର ପୂର୍ଣ୍ଣିମା ଦିନ ନୂତନ ବସ୍ତ୍ର ପରିଧାନ କରି ଜହ୍ନଙ୍କୁ ଲିଆ ଫୋପାଡିବା ଓଡ଼ିଆ ଜାତିର ଏକ ପାରମ୍ପରିକ ପର୍ବ। ଧନୀ, ଗରିବ ସମସ୍ତେ ଏହି କୁମାର ପୂର୍ଣ୍ଣିମା ଦିନ ନିଶ୍ଚିତ ଭାବେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ତଥାପି ଏହିପରି କେତେ ବ୍ୟକ୍ତି ଅଛନ୍ତି ଯେଉଁମାନେ ନୂତନ ବସ୍ତ୍ର କିଣିବା ପାଇଁ ଅସମର୍ଥ।ସେହିପରି ବ୍ୟକ୍ତିମାନଙ୍କୁ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ନୂତନ ବସ୍ତ୍ର ପ୍ରଦାନ କରିଥାନ୍ତି। ପୂର୍ବାହ୍ନରେ ମାନ୍ୟବର ବିଧାୟକ ଶ୍ରୀ ସାହୁ ନିଜ ହାତରେ ୨୦୧୨ ମସିହା ଅଗଷ୍ଟ ୧୫ ତାରିଖ ଦିନ ଗଢିଥିବା ହାତୀଓଟ ଜରାଶ୍ରମର ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ଆଜିର ସମାଜରେ ବୃଦ୍ଧ, ବୃଦ୍ଧା ପିତାମାତାଙ୍କୁ ସନ୍ତାନମାନେ ଅଣଦେଖା କରିଥିବା ବେଳେ ସେହିଭଳି ନିରାଶ୍ରୟ ମାନଙ୍କୁ ହାତୀଓଟ ଜରାଶ୍ରମରେ ଆଶ୍ରୟ ଦେଇ ଉତ୍ତମ ଖାଦ୍ୟପେୟ ପ୍ରଦାନ ଓ ଚିକିତ୍ସାର ସୁବିଧା କରାଇ ଶାନ୍ତିରେ ରଖିପାରିଛନ୍ତି। ମାନବ ସେବା ମାଧବ ସେବା ନୀତିକୁ ଅନୁସରଣ କରି ବିଧାୟକ ଶ୍ରୀକାନ୍ତ ସାହୁ ସେବା କରି ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହୋଇପାରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here