ପଞ୍ଚାୟତ ଉନ୍ନତିକରଣ ସୁଚକାଙ୍କ ତାଲିମ ଶିବିର ଉଦଯାପିତ ।

0
141

ପୋଲସରା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମିତି ସମ୍ମିଳନୀ କକ୍ଷରେ ପଞ୍ଚାୟତ ଉନ୍ନତିକରଣ ସୂଚକାଙ୍କକୁ ନେଇ ୩ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅକ୍ଟୋବର ୨୧ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ବିଡ଼ିଓ ଧର୍ମରାଜ ପରିଡା ଉପସ୍ଥିତ ରହି ପଞ୍ଚାୟତର ଉନ୍ନତି ସହିତ ଲୋକମାନଙ୍କର ମୌଳିକ ସମସ୍ୟା ଗୁଡିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଭାରତୀ ମହାପାତ୍ର, କମ୍ପୁଟର ପ୍ରୋଗ୍ରାମର କବିରାଜ ପ୍ରଧାନ ପ୍ରମୂଖ ମଞ୍ଚାସିନ ହୋଇ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମବିକେ, ଜନପ୍ରତିନିଧି ସମେତ ବହୁ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here