ପିପୁଲସ କଲେଜରେ ସ୍ଵର୍ଣ୍ଣ କପ ବିଜୟୀ ପୁରୁଷ ହକି ଟିମକୁ ଅଭିନନ୍ଦନ

0
163

ବୁଗୁଡା : ବୁଗୁଡା ପିପୁଲସ କଲେଜରେ ଅକ୍ଟୋବର ୧୬ ତାରିଖ ସୋମବାର ଦିନ ଏସିଆନ ଗେମ୍ସ ୨୦୨୩ ରେ ଭାରତୀୟ ପୁରୁଷ ହକି ଟିମ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିବା ବେଳେ ସେମାନଙ୍କୁ ଅଭିନନ୍ଦନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କଲେଜ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲେ। କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ସଂଯୋଜନା ଓ କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଆଇ.କିୟୁ.ଏ.ସି. ସଂଯୋଜକ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାସ, ଆଇ.କିୟୁ.ଏ.ସି. ସହ-ସଂଯୋଜକ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ, ଅଧ୍ୟାପକ ଅକ୍ଷୟ କୁମାର ସାହୁ ଓ କ୍ରୀଡା ଅଧ୍ୟାପକ ଏମ.ଶ୍ରୀନିବାସ ଦୋରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହକି ଭାରତର ଜାତୀୟ ଖେଳ ହୋଇଥିବା ବେଳେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ହକି ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ସୋମବାର ଦିନ ହକି କାର୍ଯ୍ୟକ୍ରମ ଧାର୍ଯ୍ୟ କରିଛନ୍ତି। ହକି ଖେଳ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଥିବାରୁ କ୍ରୀଡା ସଭାପତି ଅଧ୍ୟାପକ ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କଲେଜରେ ହକି ଖେଳ ପ୍ରସାର ହୋଇପାରିବ ବୋଲି କ୍ରୀଡା ଅଧ୍ୟାପକ ଶ୍ରୀ ପାତ୍ର ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here