ଦୁଇ ଜୁଆ ଆଡ୍ଡା ଚଢ଼ାଉ, ୧୯ ଜୁଆଡି ଗିରଫ, ୯ ଟି ମୋବଇଲ,୩ ଟି ବାଇକ ଓ ୩୯,୯୭୦ ଟଙ୍କା ଜବତ

0
188

ପୋଲସରା; ଗଞ୍ଜାମ ପୋଲିସ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ସୋଡ଼କ ଓ କଣଛାଇ ଦୁଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଅକ୍ଟୋବର ୧୧ ତାରିଖ ଦିନ ପୋଲସରା ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ବରେ ପୋଲିସ ବାହିନୀ ଚଢ଼ାଉ କରି ୧୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛିନ୍ତି। ସେମାନଙ୍କ ନିକଟରୁ ୩ ଟି ବାଇକ,୯ ଗୋଟି ମୋବାଇଲ ଓ ନଗଦ ୩୯ହଜାର ୯୭୦ଟଙ୍କା ଜବତ କରାଯାଇଛି। ସୋଡ଼କ ଗ୍ରାମରୁ ୧୦ ଜଣଙ୍କୁ ଗିରଫ କରାଯାଇ  ୩ଟି ବାଇକ, ୯ଟି ମୋବାଇଲ ଓ ନଗଦ ୧୭ହଜାର ୨୦୦ଟଙ୍କା ଜବତ  କରାଯାଇ କେଶ ନମ୍ବର ୬୧୨/୨୩ ପ୍ରକାରେ ମାମଲା ଏକ ରୁଜୁ କରାଯାଇଛି। ସେହିପରି କଣଛାଇ ଗ୍ରାମରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରି  ୨୨ ହଜାର ୭୭୦ଟଙ୍କା ଜବତ କରାଯାଇ କେଶ ନମ୍ବର ୬୧୪/୨୩ ପ୍ରକାରେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି। ଗିରଫ ବ୍ୟକ୍ତି ମାନଙ୍କୁ ୪୧ ସିଆରପିସି ପ୍ରକାରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଦିଆଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here