ଭାବବିହ୍ୱଳ ପରିବେଶରେ ଭାସ୍କର ବିଶ୍ଵାଳଙ୍କ ଦ୍ୱାଦଶାହ

0
190

ଗଞ୍ଜାମ:ଶିକ୍ଷକ ସ୍ୱଗର୍ତ ଭାସ୍କର ବିଶ୍ଵାଳଙ୍କ ଦ୍ୱାଦଶାହ କାର୍ଯ୍ୟ ରମ୍ଭାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱାଦଶାହ କାର୍ଯ୍ୟର ଆୟୋଜନ ରମ୍ଭା କଲ୍ୟାଣ ମଣ୍ଡପରେ ହୋଇଥିଲାବେଳେ ତାଙ୍କର ଏହି ଦ୍ୱାଦଶାହ କାର୍ଯ୍ୟରେ ବିଭିନ୍ନ ବୁଦ୍ଧିଜୀବୀ, ଶିକ୍ଷାବିତ, ସାହିତ୍ୟିକ, ରାଜନୈତିକ ଦଳର ନେତା କର୍ମୀ ଓ ବିଧାୟକ ଏଠାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର, ମହେଶ୍ୱର ବରାଡ, ସୁରଥ ବିଶ୍ଵାଳ, ବିଜୟ ବିଶ୍ଵାଳ, ସାବିଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱଜିତ୍ ତରେଇ, ଚରଣ ଜେନା, ରମ୍ଭା ଉଚ୍ଚ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବତନ ନଗରପାଳ ବିଜୟ ବିଶ୍ଵାଳ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ପବିତ୍ର ରାଉତଙ୍କ ସହ ରମ୍ଭା ଅଞ୍ଚଳର ବହୁ ବୁଦ୍ଧିଜୀବୀ ସାମ୍ବାଦିକ ଓ ବନ୍ଧୁବର୍ଗ ଉପସ୍ଥିତ ରହି ଦିବ୍ୟଙ୍ଗତ ଶିକ୍ଷକ ଭାସ୍କର ବିଶ୍ଵାଳଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଭାସ୍କର ବିଶ୍ଵାଳ ଜଣେ ଭଲ ମଣିଷ ସାଙ୍ଗକୁ ଜଣେ ଭଲ ଛାତ୍ର ବଚ୍ଛଳ ଶିକ୍ଷକ ଥିଲେ । ଅବସର ନେବା ପରେ ସାମାଜିକ କାର୍ଯ୍ୟରେ ତାଙ୍କର ଅବ୍ୟାହତ ଥିଲା । ତାଙ୍କୁ ସବୁ ବର୍ଗର ଲୋକ ଭଲ ପାଉଥିଲେ ।

LEAVE A REPLY

Please enter your comment!
Please enter your name here