ମୁଁ ଏକ ଅବୁଝା କବିଟିଏ
ଇତସ୍ତତଃ ମନର ଅନୁଭବୀଟିଏ
ଅକୁହା ଭାଷାର ଛବିଟିଏ
ମୁଁ ଏକ ଅବୁଝା କବିଟିଏ….
ଖୋଲା ଆକାଶର ପକ୍ଷୀଟିଏ
ଭାଷା ଵାଦଲର ସଖୀଟିଏ
ଚୁପି ଚୁପି ଜହ୍ନ କହେ ଯାହା କଇଁକୁ
ସେ ପ୍ରେମର ନିରବ ସାକ୍ଷୀଟିଏ
ମୁଁ ଏକ ଅବୁଝା କବିଟିଏ …..
ମାଟିର ପ୍ରଶସ୍ତ ଛାତିଟିଏ
ଭାବନାର ଉଷ୍ମ ତାତିଟିଏ
କହୁ କହୁ ଯାହା ଅଧା ରହିଯାଏ
ମୌନ ସ୍ୱୀକୃତି ର ଗୀତିଟିଏ
ମୁଁ ଏକ ଅବୁଝା କବିଟିଏ….
ଶବ୍ଦର ଗ୍ରନ୍ଥାଗାର ଟିଏ
କଳଙ୍କର କଳାକାର ଟିଏ
କଥାର ମାୟାରେ ସ୍ୱରର ଲୟରେ
ବନ୍ଦୀ ଏକ ଅଳଙ୍କାରଟିଏ
ମୁଁ ଏକ ଅବୁଝା କବିଟିଏ….
ଜୀବନ ସଂଗ୍ରାମେ ବନ୍ଦୀ ଟିଏ
ଦିଗହରା ଦୁଷ୍ଟ ନଦୀଟିଏ
ମରଣ ସହ ଯେ ବାଜି ମାରେ
ମୁଁ ସେ ଅଲିଖିତ ସନ୍ଧି ଟିଏ
ମୁଁ ଏକ ଆବୁଝ କବିଟିଏ…..
କବିତା ନୁହେଁ ୟେ କଥାଟିଏ
କାହା ମନର ଆତ୍ମକଥାଟିଏ
କହି ହୁଏନି କି ସହି ହୁଏନି ମୁଁ
ଏମିତି ନୀରବ ଵାର୍ତ୍ତାଟିଏ
ମୁଁ ଏକ ଅବୁଝା କବିଟିଏ।
କାର୍ତ୍ତିକ ପାଣିଗ୍ରାହି
ବ୍ରହ୍ମପୁର