ବାଇକରେ ଗଞ୍ଜେଇ ଚୋରାଚାଲାଣ ବେଳେ ୨ ଯୁବକଙ୍କୁ ଧରିଲା ପୋଲିସ ; ୪୩ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

0
665

ଦିଗପହଣ୍ଡି : ଦିଗପହଣ୍ଡି ଥାନା ଅନ୍ତର୍ଗତ ବ୍ରହ୍ମପୁର ରାସ୍ତାରେ ଗତକାଲି ମଧ୍ୟାହ୍ନରେ ଏକ ବାଇକ୍ ଯୋଗେ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପିତାମ୍ବରପୁର ଛକ ନିକଟରୁ ପୋଲିସ ଦୁଇ ଯୁବକଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ବାଇକ୍ ( ଓଡି ୦୭ ଟି ୫୬୪୨) ସମେତ ୪୩ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗିରଫ ଯୁବକ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଶଙ୍କରଖାଳି ଗ୍ରାମର ପ୍ରଭାକର ପ୍ରଧାନ ଓ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢେପସାହିର କେ . ରବି କୁମାର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଖବରନୁଯାୟୀ , ରବିବାର ସାଢେ ବାରଟାରେ ଦୁଇ ଅଭିଯୁକ୍ତ ବାଇକ୍ ଯୋଗେ ଦୁଇଟି ବସ୍ତା ଜରିଆରେ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ବାଇକର ପିଛା କରିଥିଲା । ପୋଲିସକୁ ଦେଖି ଅଭିଯୁକ୍ତ ମାନେ ପ୍ରଥମେ ହଡବଡେଇ ଯାଇଥିଲେ । ପରେ ଦ୍ରୁତଗାମୀ ବାଇକର ପିଛା କରି ପୋଲିସ ପିତାମ୍ବରପୁର ଛକରେ ବାଇକ୍ ଅଟକାଇ ଧରିଥିବା ଦରି ବ୍ଯାଗର ଯାଞ୍ଚ ପରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଘଟଣାପରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ସନାତନ ମହାଳିକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପଚୁପ ହୋଇଥିଲା । ସେଥିରେ ୪୩ କିଲୋ ୯୩୦ ଗ୍ରାମ ଗଞ୍ଜେଇ ରହିଥିବା ବେଳେ ଯାହାର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଆକଳନ କରାଯାଇଛି । ଏନେଇ ଥାନା କେସ୍ ନଂ ୨୭୩/୨୩ ଦଫା ୨୦(ବି) ଆଇଆଇ(ସି)/ ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here