ଘରେ ପଶି ନାବାଳିକାଙ୍କୁ ଅସାଦ ଚାରଣ : ଉଭୟ ପରିବାର ପକ୍ଷରୁ ଥାନାରେ ଏତଲା

0
364

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଏକ ଗ୍ରାମରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଯୁବକଙ୍କ ଦ୍ବାରା ଅସାଦ ଚାରଣର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ପାଟପୁର ଥାନାରେ ଉଭୟ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଘଟଣାପ୍ରକାରେ , ଗତକାଲି ରାତିରେ ନାବାଳିକା ଜଣକ ଘରେ ଥିବା ବେଳେ କିଛି ଯୁବକ ବାଇକରେ ନାବାଳିକାଙ୍କ ଘରେ ସମ୍ମୁଖରେ ଓହ୍ଲାଇଥିଲେ । ଏହାପରେ ଜଣେ ଯୁବକ ନାବାଳିକାଙ୍କ ଘରେ ପଶି ବାପାମାଆଙ୍କ ସମ୍ମୁଖରେ ଟଣାଓଟରା କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା । ଏପରିକି ନାବାଳିକାଙ୍କ ବାପାମାଆ ଛଡ଼ାଇବା ସମୟରେ ସେମାନଙ୍କୁ ମାଡ଼ ମାରିଥିବା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ସେହିପରି ଉକ୍ତ ଯୁବକଙ୍କ ମାଆ ମଧ୍ୟ ଥାନାରେ ନାବାଳିକାଙ୍କ ପରିବାର ଉପରେ ଅଭିଯୋଗ ଲଗାଇଛନ୍ତି । ପୋଲିସ ଉଭୟଙ୍କ ଏତଲାକୁ ଭିତ୍ତିକରି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here