ବନ୍ଧୁକମୁନ ରେ ଲୁଟ ଘଟଣା ଅଭିଯୁକ୍ତ ଙ୍କୁ ଗିରଫ ସହ ଜବତ ଟଙ୍କା ଓ ସୁନା ଫେରାଲ ପୋଲିସ

0
164

ଭଞ୍ଜନଗର : ଚଳିତ ମାସ ୬ ତାରିଖ ଦିନ ବିଳମ୍ବିତ ରାତିରେ ତାରାସିଙ୍ଗି ଥାନା ଅଧୀନ କୁଡୁତାଇ ପଞ୍ଚାୟତର ଘାଟିପଲ୍ଲୀ ଗ୍ରାମରେ ବନ୍ଧୁକମୁନ ରେ ଘଟିଥିବା ସଶସ୍ତ୍ର ଡକାୟତି ମାମଲାରେ ତାରାସିଙ୍ଗି ପୁଲିସ୍ ଅଭିଯୁକ୍ତ ମାନଙ୍କ ଠାରୁ ଜବତ ସୁନା ଓ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଇଛି। ଏହି ମାମଲାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ନୟାଗଡ ଜିଲ୍ଲା ଓଡଗାଁ ଥାନାର ଜିତେନ୍ଦ୍ର ଡାକୁଆ ଓରଫ ମୁନା ଏବଂ ଚୋରୀ ଜିନିଷ ରଖିବା ଅଭିଯୋଗରେ ତାର ଜଣେ ସଂର୍ପକୀୟ ମହିଳାଙ୍କୁ ପୂର୍ବରୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ନିକଟରୁ ଜବତ ହୋଇଥିବା ୧ ଲକ୍ଷ ୧୭ ହଜାର ଟଙ୍କା, ୧୫ ଗ୍ରାମ ଓଜନର ସୁନା(୨ଟି ମୁଦି,୨ହଳ କାନଫୁଲ)ଓ ୨୩୭ ଗ୍ରାମର ରୂପା ଅଳଙ୍କାର ଅଭିଯୋଗକାରୀ ନବୀନ ନାୟକକୁ ପ୍ରଦାନ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଭାଗିରଥୀ ନାୟକ ସୂଚନା ଦେଇଛନ୍ତି। ଏ ନେଇ ନବୀନ ତାରାସିଙ୍ଗି ଥାନାରେ ପହଞ୍ଚି ପୁଲିସ୍ ନିକଟରୁ ଜବତ ଜିନିଷ ସଂଗ୍ରହ କରିଥିଲେ। ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତ ଧରାପଡିବା ସହ ଚୋରୀ ହୋଇଥିବା ସମସ୍ତ ଜିନିଷ ଉଦ୍ଧାର ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପ୍ରକାଶ ଥାଉକି, ୬ ତାରିଖ ବିଳମ୍ବିତ ରାତିରେ ନବୀନ ଙ୍କ ଘରେ ପଶି କିଛି ଦୁର୍ବୃତ୍ତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନଗଦ ୨ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଦୁର୍ବୃତ୍ତ ମାନେ ମୁଖା ପିନ୍ଧିବା ସହ ସାମ୍‌ନା ଗ୍ରିଲ୍ ଦେଇ ଘରେ ପଶିଥିଲେ । ନବୀନଙ୍କ ଲିଖିତ ଅଭିଯୋଗ ପରେ ତାରାସିଙ୍ଗି ଥାନା ରେ କେସ୍ ନମ୍ବର ୨୨୩/୨୩ ରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା। ସ୍ଥାନୀୟ ଇଲାକାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here