ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ ଆରମ୍ଭ

0
175

ଭୁବନେଶ୍ୱର : ସ୍ଥାନୀୟ ସହିଦ୍ ନଗର ଇଣ୍ଡୋର ହଲରେ ଶୁକ୍ରବାରଠାରୁ ଓଡ଼ିଶା ଷ୍ଟେଟ୍‌ ବ୍ୟାଙ୍କିଙ୍ଗ୍ ଟେବଲ ଟେନିସ (ଟିଟି) ଚାମ୍ପିଅନସିପ୍ ଆରମ୍ଭ ହୋଇଛି।

ଭୁବନେଶ୍ବର ଟେବଲ ଟେନିସ୍‌ ଆସୋସିଏସନ ଓ ଓଡ଼ିଶା ଷ୍ଟେଟ୍ ଟେବଲ ଟେନିସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ଵର, କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା,
ବ୍ରହ୍ମପୁର ଓ ରାଜ୍ୟର ଅନ୍ୟ ସହରରୁ ମୋଟ୍ ୨୨୫ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି ।

ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗର ଅଧିକାରୀ ଶୁଭ୍ରାଂଶୁ ମିଶ୍ର ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ଏହି ଚାମ୍ପିଅନସିପ୍ ରବିବାର ଶେଷ ହେବ। ପୁରୁଷ ଓ ମହିଳା ବିଭାଗରେ
୧୯, ୧୭, ୧୫, ୧୩ ଓ ୧୧ ବର୍ଷରୁ କମ୍ ଏକକ ବର୍ଗରେ ପ୍ରତିଯୋଗତାରେ ଆୟୋଜିତ ହୋଇଛି ।

LEAVE A REPLY

Please enter your comment!
Please enter your name here