ଗଣ୍ଡଗୋଳ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0
418

ଦିଗପହଣ୍ଡି : ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଚୌଧୁରୀ. ଟିକରପଡା ପଞ୍ଚାୟତ ଢେପାପେଣ୍ଠ ଗ୍ରାମ ଛକରେ ହୋଇଥିବା ଆକ୍ରମଣ ପ୍ରତି ଆକ୍ରମଣ ମାମଲାରେ ବୁଧବାର ଦିନ କେ . ନୂଆଗାଁ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦୁଇ ଅଭିଯୁକ୍ତ ହେଲେ ବଜ୍ରଗୁମା ଗ୍ରାମର ସନାତନ ସାହୁ ଓ ଢେପାପେଣ୍ଠ ଗ୍ରାମର ସଞ୍ଜୟ ସାହୁ । ଖବରପ୍ରକାରେ , ପଞ୍ଚାୟତ ନିର୍ବାଚନ ପରେ ଗ୍ରାମରେ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ପୂର୍ବରୁ କନ୍ଦଳ ଲାଗି ରହିଥିଲା । ଯାହାଫଳରେ ଗତ ମେ ୪ ତାରିଖ ଦିନ ରାଜନୈତିକ ଶତ୍ରୁତାକୁ ନେଇ ସନାତନ ସାହୁ ଭ୍ରମରପୁର ଗ୍ରାମରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଢେପାପେଣ୍ଠ ଗାଁ ଛକରେ ଶିକ୍ଷକ କାଳୁଚରଣ ସାହୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ । ଘଟଣାର କିଛି ସମୟ ପରେ ଶିକ୍ଷକଙ୍କ ପୁଅ ସମେତ କିଛି ଯୁବକ ସନାତନକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସନାତନଙ୍କ ମୁଣ୍ଡ ଓ ଆଖି ପତାରେ ଗଭୀର ଆଘାତ ଲାଗିଥିବା ବେଳେ ଶିକ୍ଷକଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା । ଘଟଣାପରେ ଗୁରୁତର ଆହତ ସନାତନଙ୍କୁ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପୋଲିସ ସନାତନଙ୍କ ସ୍ତ୍ରୀ ଙ୍କ ଏତଲା କ୍ରମେ ଥାନା ମାମଲା ନଂ ୧୫୭/୨୩ ଏବଂ ଶିକ୍ଷକଙ୍କ ଏତଲା କ୍ରମେ ଥାନା ମାମଲା ନଂ ୧୫୮/୨୩ ପ୍ରକାରେ ପୃଥକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବେଳେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜାମିନ ଅଭାବରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here