ବୁଗୁଡା ପୋଲିସକୁ ବଡ଼ ସଫଳତା : ୫ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ

0
168

ବୁଗୁଡା : ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ୫ ଜଣ ଆନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଗୋଟି ଦେଶୀ ପିସ୍ତଲ, ୧୦ ଗୋଟି ଜୀବନ୍ତ ଗୁଳି, ୩ ଗୋଟି ହାତତିଆରି ଜୀବନ୍ତ ବୋମା, ୧୩୦ ଗ୍ରାମ ସୁନା, ଏକ ଲକ୍ଷ ୨୨ ହଜାର ନଗଦ ଟଙ୍କା, ୬ ଗୋଟି ମୋବାଇଲ, ଏକ ଷ୍ଟିଲ ଭୁଜାଲି, ଦୁଇଟି ବାଇକ, ଲଙ୍କା ଗୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଜୁନ ୨୫ ତାରିଖ ଦିନ ଏକ ଖବରଦାତା ସମ୍ମିଳନୀ କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ କୁମାର ବଡ଼ଜେନା ପ୍ରକାଶ କରିଥିଲେ। ସୂଚନା ପ୍ରକାରେ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମ ଛକ ନିକଟରେ ଏହି ଡକାୟତ ଦଳ ଅଞ୍ଚଳରେ ଚୋରି କରିବା ପାଇଁ ଯୋଜନା କରୁଥିବା ଖବର ପାଇ ବୁଗୁଡା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ବାଲିପଦର ଆଉଟ ପୋଷ୍ଟ ଓଆଇସି ସମୀର କୁମାର ବେହେରାଙ୍କ ନେତୃତ୍ବରେ ବୁଗୁଡା ଥାନା ପୋଲିସ ବାହିନୀ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ୨୫ ତାରିଖ ରାତ୍ର ୨.୧୫ AM ବେଳେ କାବୁ କରି ଚୋର ଦଳକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ୧- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର କୁନା ବାରିକ, ୨- ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ନାରାୟଣ ବେହେରା, ୩- ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଲାସ ଗ୍ରାମର ତ୍ରିମୁଲା ପାତ୍ର, ୪-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦ ଗ୍ରାମର ସାନିଆ ନାଇକ ( ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମରୁ ଗିରଫ) ଓ ୫-ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ରିତୁ ରଣା। ଏହି ଗ୍ୟାଙ୍ଗରେ ଆହୁରି ଅନେକ ସମ୍ପୃକ୍ତ ଥିବାବେଳେ ଜବତ ସୁନା ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ଥାନା କେଶ ନଂ ୯୩/୨୩ ତା ୧୪-୬-୨୩ ସହ ସମ୍ପୃକ୍ତି ଥିବା ଜଣାପଡିଛି। ଅନ୍ୟ ମାନଙ୍କୁ ଗିରଫ ପାଇଁ ଅନୁସନ୍ଧାନ ଜାରି ରହିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here