ଦୁର୍ଘଟଣା ଗ୍ରସ୍ତ ଆଳୁ ବୋଝେଇ ଟ୍ରକରୁ ଜବତ ହେଲା ୨୫ ବସ୍ତା ଗଞ୍ଜେଇ

0
188

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତଥା ପାଟପୁର ଥାନା ଅଧିନସ୍ଥ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୋଳା ଗ୍ରାମ ମୁଖ୍ୟ ରାସ୍ତାରେ ହୋଇଥିବା ଏକ ଦୁର୍ଘଟଣା ଗ୍ରସ୍ତ ଆଳୁ ବୋଝେଇ ଟ୍ରକରୁ ୨୫ ବସ୍ତା ଗଞ୍ଜେଇ ଜବତ କରିପାରିଛି ପୋଲିସ । ଏହି ମାମଲାରେ କେହି ଗିରଫ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା ଯେ , ଉକ୍ତ ଗ୍ରାମ ନିକଟରେ ( ଡାବ୍ଳୁ ବି ୨୩ ଇ ୬୬୫୧ ) ନମ୍ବର ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଅଛି । ଯାହାଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେହି ଆହତ ହୋଇଥିବା ନେଇ ଅନୁସନ୍ଧାନ ବେଳେ କାହାକୁ ନ ପାଇ ଗାଡ଼ିରେ କଣ ରହିଥିବା ନେଇ ଯାଞ୍ଚ କରିଥିଲେ । ପ୍ରଥମେ ସେଥିରେ ଆଳୁ ବସ୍ତା ରହିଥିଲେ ମଧ୍ୟ କିଛି ବସ୍ତାରୁ ଗଞ୍ଜେଇର ବାସ୍ନା ପୋଲିସକୁ ଟାଣି ନେଇଥିଲା ପୁଣି ଗାଡ଼ି ଭିତରକୁ ଯାଞ୍ଚ ନିମନ୍ତେ । ତେବେ ସେଥିରୁ ୫୪ ଗୋଟି ଆଳୁବସ୍ତା ଏବଂ ୨୫ ଗୋଟି ଗଞ୍ଜେଇ ବସ୍ତାକୁ ଜବତ କରିପାରିଥିଲା । ତେବେ ଆଜି ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଜବତ ଗଞ୍ଜେଇର ଓଜନ ମାପ ପରେ ସେଥିରେ ୧୦୦୧ କେଜି ୯୦୦ ଗ୍ରାମ ରହିଥିଲା । ଯାହାକୁ ନେଇ ପୋଲିସ ପାଟପୁର ଥାନା କେସ ନଂ – ୧୯୪/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଜବତ ଗଞ୍ଜେଇର ଆକଳନ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here