ବିଭିନ୍ନ ସ୍ଥାନରୁ ଚୋରି ଘଟଣାରେ ୫ ଜଣ ଗିରଫ୍

0
200

ବୁଗୁଡା : ବହୁ ଦିନ ଧରି ବିଭିନ୍ନ ଗ୍ରାମରେ ଲାଗି ରହିଥିଲା ଚୋରୀ ଆତଙ୍କ । ଚୋରମାନଙ୍କୁ ଧରିବା ପାଇଁ ବୁଗୁଡା ଓ ବାଲିପଦର ପୋଲିସ୍ ଅନୁସନ୍ଧାନ ଜାରି ରଖିଥିଲେ। ଗତ କିଛିଦିନ ପୂର୍ବେ ବୁଗୁଡା, ବେଲଗୁଣ୍ଠା, ଆସିକା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଚୋରି ହୋଇଥିବା ବେଳେ ଚୋରଙ୍କୁ ଧରିବାରେ ସଫଳ ହୋଇପାରିନଥିଲା ପୋଲିସ। ବାଲିପଦର ଫାଣ୍ତି ଅଧିନସ୍ଥ ବଣପଲ୍ଲୀ ଗାଁରେ ଗତ ୯ ତାରିଖ ଦିନ ଚୋରି ହୋଇଥିବା ନେଇ ସେହି ଗ୍ରାମର ବଳରାମ ସାହୁ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ସମିର କୁମାର ବେହେରା ସମେତ ବୁଗୁଡା ଥାନା ଓ ବାଲିପଦର ଫାଣ୍ଡି ପୋଲିସ୍ କର୍ମଚାରୀ ବଣପଲ୍ଲୀ ଗ୍ରାମରେ ଚଢାଉ କରି ଚୋର ଗ୍ୟାଙ୍ଗର ପାଞ୍ଚଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାଇକ୍ ,କାର୍ ,ଟିଭି, ୱାସିଙ୍ଗ୍ ମେସିନ୍, ଫ୍ଯାନ, ବାସନକୁସନ, ଗ୍ଯାସ ସିଲିଣ୍ଡର ଓ ଚୁଲା,ରାସନ ସାମଗ୍ରୀ, ଲୁଗାପଟା, ୩୦୦୦ଟଙ୍କା, ସୁନାଗହଣା ସହିତ ବିଭିନ୍ନ ଘରକରଣା ସାମଗ୍ରୀ ଜବତ କରିଥିଲେ। ବୁଗୁଡା ପୋଲିସ ଥାନା କେଶ ନଂ ୨୩୪/୨୩ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ରାଜେଶ ବିଷୋୟୀ (ଖରିଡା, ବୁଗୁଡା ଥାନା ), ରଞ୍ଜନ ଜେନା (ଗୋଲିଆ, ବୁଗୁଡା ଥାନା), ସାଗର ଜେନା (ଆମ୍ବଧର, ଖାଲିକୋଟ ଥାନା), ବିକାଶ ବିଷୋୟୀ ଓ ବାଲାଜୀ ବିଷୋୟୀ ଉଭୟ ( ଭୀଷ୍ମଗିରି, ଦିଗପହଣ୍ଡି ଥାନା) ୫ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଆଉ କିଛି ଆସାମୀଙ୍କୁ ମଧ୍ୟ ଧରିବା ପାଇଁ ଚେଷ୍ଟା ଜାରି ରହିଥିବା ନେଇ ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here