ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ହତ୍ଯାଉଦ୍ଯମ ମାମଲାରେ ୨ ମହିଳା ଗିରଫ

0
181

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାରରେ ବବି ରାଉଳ ନାମକ ଜଣେ ମହିଳାଙ୍କୁ ହତ୍ଯା ଉଦ୍ଯମ ମାମଲାରେ ପୋଲିସ ଆକ୍ରମଣକାରୀ ୨ ମହିଳା ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି । ସେମାନେ ହେଲେ ଛଣମେରି ଗ୍ରାମ ବଡସାହିର ବାସନ୍ତୀ ରାଉଳ ଏବଂ ଫାସିଗୁଡା ଗ୍ରାମ ଢେପସାହିର ସୁଦେଷ୍ଣା ନାୟକ । ଉଭୟଙ୍କୁ ସୋମବାର ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଥାନା ମାମଲା ନଂ.୧୨୫/୨୩ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଦୁହିଁଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ମାର୍ଚ୍ଚ ୨୭ ତାରିଖ ଦିନ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ବବି ରାଉଳ ଓ ବାସନ୍ତୀ ରାଉଳ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଉଭୟ ଗୋଷ୍ଠି ପରସ୍ପରକୁ ଲୁହାଛଡ, ଇଟା, ପଥର ଖଣ୍ଡ ଦ୍ଵାରା ଆକ୍ରମଣ ଏବଂ ପ୍ରତି ଆକ୍ରମଣ କରିଥିଲେ।ଏଥିରେ ବବି ରାଉଳ ଏବଂ ବାସନ୍ତୀ ରାଉଳ ଗୁରୁତର ଆହତ ହୋଇଥିଲେ।ପୂର୍ବରୁ ବାସନ୍ତୀଙ୍କ ଏତଲା ଭିତ୍ତିରେ ବବି ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସୋମବାର ବବିଙ୍କ ଏତଲା ଭିତ୍ତିରେ ବାସନ୍ତୀ ଓ ସୁଦେଷ୍ଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here