କଳାହାଣ୍ଡି ଜିଲା ରାଇସ ମିଲର ଏସୋସିଏସନ ପକ୍ଷରୁ ଗଣଧାରଣା,ଚାଉଳ ଠିକ ସମୟରେ ମିଲର ଙ୍କ ଠାରୁ ନେବା ପାଇଁ ଡିଭିଜନାଲ ମେନେଜର ଙ୍କୁ ଦାବି ପତ୍ର ପ୍ରଦାନ

0
195

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟ ରେ କଳାହାଣ୍ଡି ଜିଲ୍ଲା ମିଲର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲା ମିଳର ଏସୋସିଏସନ ର ସଭାପତି ନଳିନୀ କୁମାର ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି। ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି।ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି। କଳାହାଣ୍ଡି ଜିଲ୍ଲାର ୧୫ଟି ମିଲର ଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି।ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ। କିନ୍ତୁ ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ସବୁ ପାତର ଅନ୍ତର ସମସ୍ୟା କୁ ନେଇ ଏହି ଗଣଧାରଣା ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ଚାଲିଛି। ଡିଭିଜନାଲ ମେନେଜର ଟିଟିଲାଗଡ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ନଚେତ ସବୁ ମିଲରସ ୱେର ହାଉସ କୁ ଚାଉଳ ସ୍ଥାନାନ୍ତରିତ କରିବୁ ବୋଲି ମିଲର ମାନେ ଦାବି କରିଛନ୍ତି। ଏହି ଗଣଧାରଣାରେ ଅଳ ଓଡ଼ିଶା ରାଇସ ମିଲର ଏସୋସିଏସନ ର ରାଜ୍ୟ ସଭାପତି ମହେଶ ଅଗ୍ରୱାଲ,କଳାହାଣ୍ଡି ଜିଲ୍ଲା ରାଇସ ମିଲରସ ଆସୋସିଏସନ ର ସମ୍ପାଦକ ରମେଶ କୁମାର ଜୈନ,ଉପ ସଭାପତି ଯୁଗଳ କିଶୋର ଅଗ୍ରୱାଲ ପ୍ରମୁଖ ମିଲର ମାନେ ଅଂଶଗ୍ରହଣ କରିଥିଲେ। କେସିଙ୍ଗା ଅଞ୍ଚଳ ର ୧୫ ଟି ଓ ଭବାନୀପାଟଣା ସବ ଡିଭିଜନ ର ପ୍ରାୟ ୪୦ଟି ମିଲରସ ଙ୍କ ଠାରୁ ଠିକ ଭାବେ କେସିଙ୍ଗା ଏଫ.ସି.ଆଇ. ଚାଉଳ ଉଠାଉ ନାହିଁ।ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ଙ୍କ ଠାରୁ ଚାଉଳ ରଖୁଥିବା ପ୍ରତିବାଦରେ ଏହି ଗଣଧାରଣା ଦେଇଛନ୍ତି। ଆସନ୍ତା ଖରୀଫ ଋତୁରେ ପୁଣି ମିଲର୍ସ ଧାନ କେଉଁଠି ରଖିବେ।ତେଣୁ ତୁରନ୍ତ ମିଲର ଗଚ୍ଛିତ ଥିବ ଚାଉଲ କୁ କେସିଙ୍ଗା ଏଫ.ସି.ଆଇ ଉଠାଇବା ପାଇଁ ଦାବି ହେଉଛି। ଟିଟିଲାଗଡ ସବ ଡିଭିଜନ ମେନେଜର ବି.ଚନ୍ଦ୍ର ମୋହନ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ସମାଧାନ କରା ଯିବ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here