କର୍ପୋରେଟ୍ ଲିଗ୍ ଟେବଲ୍ ଟେନିସ ଉଦ୍‌ଯାପିତ ଦିବ୍ୟଶକ୍ତି, ଅଙ୍କିତା ଚାମ୍ପିଅନ

0
356

ଭୁବନେଶ୍ୱର : ଆର୍‌ପି ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ ସହିଦ୍ ନଗର ଇଣ୍ଡୋର ହଲ୍‌ଠାରେ କର୍ପୋରେଟ୍ ଲିଗ୍ ଟେବଲ ଟେନିସ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଦୁଇଦିନିଆ ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଦିବ୍ୟଶକ୍ତି ମହାନ୍ତି ଏମ୍‌ସିଏଲ୍‌ର ଏମ୍.ଏଲ୍ ଚୌଧୁରୀଙ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି।

ସେହିଭଳି ପୁରୁଷ ଡବଲ୍ସରେ ଦିବ୍ୟଶକ୍ତି ମହାନ୍ତି ଓ କୁମାର ଅରୋଜ୍ୟୋତି ଯୋଡ଼ି ଟାଇଟଲ୍ ହାସଲ କରିଛନ୍ତି । ଅପରପକ୍ଷରେ ମହିଳା ସିଙ୍ଗଲ୍ସରେ ପୃଷ୍ଠା ମାରକୋଙ୍କୁ ପରାସ୍ତ କରି ଅଙ୍କିତା ଖା ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି। ଭେଟେରାନ ପୁରୁଷ ଡବଲ୍ସରେ ସାହିଦ୍ ହୁସେନ ଓ ଶୁଭାଶିଷ ଚଟ୍ଟୋପଧ୍ୟାୟ ଯୋଡ଼ି ଓ ମହମ୍ମଦ ଫୟାଜ ଓ ମହମ୍ମଦ ରିୟାଜ ଯୋଡ଼ି ମଧ୍ୟରେ
ଫାଇନାଲ ଖେଳାଯାଇଥିଲା।

ଏଥିରେ ଫୟାଜ ଓ ରିୟାଜ ଯୋଡ଼ି ବାଜିମାତ୍ର କରିନେଇଥିଲେ। ଦୁଇଦିନିଆ ଏହି ପ୍ରତିଯୋଗିତାରେ ରାଜ୍ୟର ୪୫ଟି କର୍ପୋରେଟ୍ ହାଉସ୍ ଅଂଶଗ୍ରହଣ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଆୟୋଜକ ଆର୍‌ପି ଏକାଡେମୀର ନିର୍ଦ୍ଦେଶକ ଦେବଦତ୍ତ ମହାନ୍ତି, ପ୍ରବୀଣ ମହାନ୍ତି, ଅଧ୍ୟକ୍ଷ ତ୍ରୈଲୋକ୍ୟନାଥ ରାଉତ ପ୍ରମୁଖ ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରତିଯୋଗିତାରେ କୃତୀ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ସମେତ ଟ୍ରଫି ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here