ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ ହେଲେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ

0
206

ଗଞ୍ଜମ:ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଆୟୋଜିତ ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଆଜି ଜଣେ କର୍ତ୍ତବ୍ୟ ନିଷ୍ଠା ଓ ଦାୟିତ୍ଵବାନ ପୋଲିସ ଅଧିକାରୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ । ଖବରନୁଯାୟୀ , ପୁରସ୍କାର ବିତ୍ ଥାନା ଅଧିକାରୀ ଶ୍ରୀ ମଲ୍ଲ ୨୦୨୧ ମସିହାରେ ପଦୋନ୍ନତି ହୋଇ ପାଟପୁର ଥାନାରେ ଆଇଆଇସି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ପ୍ରକାରେ ଥାନା ଅଞ୍ଚଳରୁ ଅପରାଧ ନିୟନ୍ତ୍ରଣ , ଚୋରି ରାହାଜାନୀ ଓ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ଗଞ୍ଜେଇ ସମେତ ଅବାଧ ନିଶା କାରବାର ଧରପଗଡ ଓ ରୋକିବା ଅଞ୍ଚଳରେ ସାମାଜିକ ସଚେତନତା ସୃଷ୍ଟି ସମେତ ଆଇନ ଶୃଙ୍ଖଳା ସୁରକ୍ଷା ଦିଗରେ , ସ୍ଥାନୀୟ ଲୋକମାନଙ୍କ ସହ ସୁସମ୍ପର୍କ ଏବଂ ବିଭିନ୍ନ ଜନ ସଚେତନା ଜରିଆରେ ଯେଉଁ କାର୍ଯ୍ୟ କରି ଆସୁଛନ୍ତି ତାହା ପ୍ରଶଂସାର ପାତ୍ର ପାଲଟିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ୟାରେ଼ଡରେ ଓଡ଼ିଶା ପୋଲିସ ଡିଜିପି ସୁନିଲ ବଂଶଲ (ବ୍ରାଜ୍ ବିହାରୀ ସ୍ମୃତି) ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଛନ୍ତିି । ରାଜ୍ୟ ସ୍ତରୀୟ ପୋଲିସ ସମ୍ମାନ ପାଇବା ପରେ ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲଙ୍କୁ ପାଟପୁର ଥାନା ଇଲାକା ସମେତ ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here