ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

0
197

ଛତ୍ରପୁର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲ୍ଲା କୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାବାସୀଙ୍କୁ କୋଟି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରି ଭେଟି ଦେଇଛନ୍ତି। ପ୍ରଥମେ କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ଗଞ୍ଜାମ ଜିଲ୍ଲା ପାଇଁ ୧୯୫୨ କୋଟିରୁ ଅଧିକ ଟଙ୍କାର ୮୨୫ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ହଜାର ୨ ଶହ ସ୍ବୟଂ ସହାୟକ ଗୋଷ୍ଠୀର ୨.୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୨୯ କୋଟି ଟଙ୍କାର ବିନା ସୁଧରେ ଋଣ ଏବଂ ସହାୟତା ପ୍ରଦାନ କରିଛନ୍ତି । ଏହାସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡ଼ିହ ପଟ୍ଟା ବଣ୍ଟନ କରାଯାଇଛି । ଶେଷରେ ଜିଲ୍ଲାର ସଦରମହକୁମା ଛତ୍ରପୁର ଷ୍ଟାଡିଅମ ଠାରେ ଆୟୋଜିତ ସଭାରେ ଯୋଗଦେଇଥିଲେ । ଛତ୍ରପୁର ଠାରେ ୫ଟି ବ୍ଲକ ଓ ବ୍ରହ୍ମପୁର ସହରବାସୀଙ୍କ ପାଇଁ ୧୯୬.୩୮ କୋଟି ଟଙ୍କାର ୧୫୮ଟି ପ୍ରକଳ୍ପ ଉଦ୍ଘାଟନ ଓ ୮୬୩.୧୩ କୋଟି ଟଙ୍କାର ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ପରି ମୋଟ ୨୧୮ଟି ପ୍ରକଳ୍ପ ପାଇଁ ୧୦୫୬.୭୭ କୋଟି ଟଙ୍କାର ଭେଟି ଦେଇଥିଲେ। ୩୬୮୯ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ‌ କରାଯାଇଥିଲା । ୬୦୩୫ ସ୍ୱୟଂ ସହାୟକ ଗୋଷ୍ଠୀର ୬୦୩୫୦ ମିଶନ ଶକ୍ତି ମହିଳାଙ୍କୁ ୧୮୧.୨୬ କୋଟି ଟଙ୍କାର ବିନା ସୁଧରେ ଋଣ ଏବଂ ସହାୟତା ପ୍ରଦାନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ସମ୍ବୋଧିତ କରି ମିଶନ ଶକ୍ତି ଗୋଷ୍ଠୀ ରାଜ୍ୟରେ ଭଲ କାମ କରୁଥିବା କହିଥିଲେ। ମିଶନ ଶକ୍ତି ମା’ମାନେ ଉଦ୍ୟୋଗୀ ହୋଇ ସଶକ୍ତ କରିବା ପାଇଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତ୍ୟେକ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୫ଲକ୍ଷ ଟଙ୍କା ସହାୟତା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ ଏଥିପାଇଁ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲା ଏହି ଦିନିକିଆ ଗସ୍ତରେ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୧୫୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଚାଷୀ ଭାଇମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫ଟି ଦ୍ୱାରା ସ୍କୁଲ ରୂପାନ୍ତରଣ ସରକାରଙ୍କ ମାଇଲଷ୍ଟୋନ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲାର ସମସ୍ତ ହାଇସ୍କୁଲକୁ ରୂପାନ୍ତରୀକରଣ କରାଯିବ ବୋଲି ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମ ଜିଲାର ଜନସାଧାରଣଙ୍କ ପରିଶ୍ରମ ଓ ଉଦ୍ୟମ ଜିଲାକୁ ଆଗୁଆ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ସଭା ସଂଯୋଜନା କରିଥିବା ବେଳେ ଛତ୍ରପୁର ବିଧାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼ା ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍, ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ବ୍ରହ୍ମପୁର ମେୟର ସଙ୍ଗମିତ୍ରା ଦଳେଇ, କୃଷି ଓ କୃଷକ ସଶକ୍ତିକରଣ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଡେପୁଟି ମେୟର ଇ ବିବେକ ରେଡ୍ଡୀଙ୍କ ସମେତ ସମସ୍ତ ଜନ ପ୍ରତିନିଧି, ଦଳୀୟ କର୍ମୀ ଓ ମିଶନ ଶକ୍ତିର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here