ଭଣଜାର କାଠ ଫାଳିଆ ମାଡରେ ମାମୁଁଙ୍କ ମୃତ୍ୟୁ

0
239

ପୋଲସରା : ପୋଲସରା ପୋଲିସ ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ସମ୍ପର୍କୀୟ ଭଣଜାର ଠେଙ୍ଗା ମାଡରେ ମାମୁଁଙ୍କ ମୃତ୍ୟୁ ହୋଇଛି। ପୋଲସରା ପୋଲିସ ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନିରେ ଏହା ପ୍ରକାଶ କରିଥିଲେ। ସମ୍ପର୍କିୟ ଭଣଜା ମନୋଜ ସ୍ୱାଇଁ ଓ ମାମୁଁ କୁଷ୍ଣ ପ୍ରଧାନ ଉଭୟେ ମଦ୍ୟପାନ କରି କୌଣସି କଥାକୁ ନେଇ ବଚସା ସୁଷ୍ଟି ହୋଇଥିଲା । ଯାହାଫଳରେ ସମ୍ପର୍କିୟ ଭଣଜା ମନୋଜ ସ୍ବାଇଁ ଏକ କାଠ ଫାଳିଆରେ ମାମୁଁର ମୁଣ୍ତ, ହାତ ଓ ଗୋଡକୁ ମାଡ ମାରିଥିଲା। ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କୃଷ୍ଣ ପ୍ରଧାନଙ୍କୁ ପୋଲସରା ମେଡିକାଲ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ଣପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ କୃଷ୍ଣ ପ୍ରଧାନ ମୁତ୍ଯୁ ବରଣ କରିଥିଲେ । କୃଷ୍ଣ ପ୍ରଧାନଙ୍କ ଭାଉଜ ବାସନ୍ତି ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲସରା ଥାନା କେଶ ନଂ ୧୬୨/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲେ। କୌଣସି ସୁତ୍ରରୁ ଖବର ପାଇ ପୋଲସରା ପୋଲିସ ଭଣଜା ମନୋଜ ସ୍ବାଇଁକୁ ମନ୍ଦାର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ଅବସ୍ଥାରେ ଗିରଫ କରିଥିଲେ। ଆକ୍ରମଣ କାରି ଭଣଜା ମନୋଜକୁ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here